
କେନ୍ଦୁଝର,…..କେନ୍ଦୁଝର ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ କାଶିପୁର ମିଶନଶକ୍ତି ଗୃହ ଠାରେ ସିଡିପିଓ ଓ ସୁପରଭାଇଜର ମାନଙ୍କର ଦିନିକିଆ ଶିଶୁ ଅଧିକାର ସୁରକ୍ଷା ସଂମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ନିରୁପମା ସାହୁ ପ୍ରଶିକ୍ଷଣ ପରିଚାଳନା କରିଥିଲେ।ସେ ସମସ୍ତ ଅତିଥି ବୃନ୍ଦ ଓ ଅଂଶଗ୍ରହଣକାରୀ ମାନଙ୍କୁ ସ୍ବାଗତ ଜଣାଇ କହିଲେ, ‘ଶିଶୁ ରାଷ୍ଟ୍ରର ସମ୍ପତ୍ତି ‘ , ଆଜିର ଶିଶୁ ଆଜିର ନାଗରିକ l ତାଙ୍କୁ ସୁରକ୍ଷା ଦେବା ଆମର ଦାଇତ୍ବ ବୋଲି ସେ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦଧର ମହାଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ୨୩ଟି ଅଧିନିୟମ ଓ ନିୟମାବଳୀ ରହିଥିବାବେଳେ ଏକାଧିକ ନୀତି ରହିଥିବା ବିଷୟରେ କହିଥିଲେ।ଏହାସତ୍ତ୍ବେ ଜିଲ୍ଲାରେ ବାଲ୍ୟବିବାହ କାହିଁକି ରୋକା ଯାଉନି ପ୍ରଶ୍ନ କରିଥିଲେ।ଶିଶୁ କାହିଁକି ଅସୁରକ୍ଷିତ ଓ ବିପଦ ସଂଙ୍କୁଳ ଅବସ୍ଥାରେ ରହୁଛନ୍ତି ଏହାକୁ ବିଚାର କରିବା ଆବଶ୍ୟକ।ଜନସାଧାରଣ ଙ୍କୁ ସଚେତନ କରାଇ ପାରିଲେ ଶିଶୁ ସୁରକ୍ଷା ହୋଇ ପାରିବ।ସମ୍ମାନୀୟ ଅତିଥି ଭାବେ ଡା. ବିଭୁତି ଭୂଷଣ ଦାସ ଚେୟାରମ୍ୟାନ,ଜିଲ୍ଲା ଶିଶୁ ମଙ୍ଗଳ ସମିତି ଯୋଗଦେଇ ଜିଲ୍ଲାରେ ଶିଶୁଯତ୍ନ ଗୃହ ରହିଛି କହିଥିଲେ ।ଅସହାୟ,ନିରାଶ୍ରୟ,ରାସ୍ତା କଡରେ ମିଳୁଥିବା ନବଜାତଶିଶୁ ମାନଙ୍କୁ ସୁରକ୍ଷା ଏବଂ ଥଇଥାନ ପାଇଁ ଜିଲ୍ଲା ମଙ୍ଗଳ ସମିତି କାର୍ଯ୍ୟ କରୁଛି।ମାତୃପିତୃହୀନ ଶିଶୁ ମାନଙ୍କୁ ୧୮ବର୍ଷ ପର୍ଯ୍ୟନ୍ତ ପାଠପଢା ସହ ଯତ୍ନନେବା ଓ ସୁରକ୍ଷା ଦେବା ନିମନ୍ତେ ମିଶନ ବାତ୍ସଲ୍ୟ ଯୋଜନା ଗୋଷ୍ଠୀସ୍ତରରେ ଶିଶୁ ମଙ୍ଗଳ ସମିତି ମାଧ୍ୟମରେ କାର୍ଯ୍ୟ କରୁଛି । ଅତିଥି ସମ୍ବଳ ମାନବ ଭାବେ କେନ୍ଦୁଝର ଶିଶୁ ଅଧିକାର ସୁରକ୍ଷା ପରିଷଦ ର ଆବାହକ, କେନ୍ଦୁଝର ନାଗରିକ ମଞ୍ଚ ସଦସ୍ୟ ତଥା ବରିଷ୍ଠ ପ୍ରଶିକ୍ଷକ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି,କିଶୋର ନ୍ୟାୟ ( ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା )ଅଧିନିୟମ ୨୦୧୫, ବାଲ୍ୟବିବାହ ନିଷେଧ ଅଧିନିୟମ ୨୦୨୬, ନିୟମାବଳୀ ୨୦୦୯, ଯୈାନଅପରାଧ ରୁ ଶିଶୁମାନଙ୍କର ସୁରକ୍ଷା ଅଧିନିୟମ ୨୦୧୨, ମହିଳାଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ୨୦୦୫, କାର୍ଯ୍ୟସ୍ଥଳୀରେ ମହିଳା ଙ୍କ ଯୈାନ ନିର୍ଯ୍ୟାତନା (ନିରୋଧ,ପ୍ରତିବନ୍ଧନଓ ପ୍ରତିକାର) ଆଇନ ୨୦୧୩ ବିଷୟରେ ତାଲିମ ପ୍ରଦାନ କରିଥିଲେ।ଶିଶୁ ମଙ୍ଗଳ ସମିତି,କିଶାେରନ୍ୟାୟ ବୋର୍ଡ,ଜିଲ୍ଲା ଶିଶୁ ସୁରକ୍ଷା ଇଉନିଟ,ଚାଇଲଡ ହେଲପ ଲାଇନ,ଥାନାରେଥିବା ମହିଳା ଶିଶୁ ଡେକ୍ସ ର ଦାଇତ୍ବ କର୍ତ୍ତବ୍ୟ ଓ ଭୂମିକା ସଂମ୍ପର୍କରେ ଆଲୋକପାତ କରିଥିଲେ।କେନ୍ଦୁଝର ପ୍ରକଳ୍ପ ଅନୁଷ୍ଠାନର ସଂଯୋଜକ ଶ୍ରୀ ସରୋଜ ପଟ୍ଟନାୟକ ଅନ୍ୟତମ ସମ୍ବଳମାନବ ଭାବେ ଯୋଗଦେଇ ଶିଶୁ ଅଧିକାର,ବାଲ୍ୟବିବାହ ନିଷେଧ ଆଇନ,ଯୋନଅପରାଧ ରୁ ଶିଶୁ ଙ୍କୁ ସୁରକ୍ଷା ଅଧିନିୟମ ବିଷୟରେ ପାୱାର ପଏଣ୍ଟରେ ପ୍ରତିଛବି ସହ ବିସ୍ତୃତ ଭାବେ ବୁଝାଇଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମୀତା ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବାଲ୍ୟବିବାହ ନିରାକରଣରେ ସିଡିପିଓ ସୁପର ଭାଇଜର ଏବଂ ଅଙ୍ଗନୱାଡିକର୍ମୀ ଙ୍କ ଦାଇତ୍ବ ବିଷୟରେ ଅବଗତ କରିଥିଲେ।ସ୍ନେହଲତା ସାହୁ,ଶ୍ରୀମତୀ ଝରଣା ଦାସ,ସିଡିପିଓ ଇଉନିଟର ର ସମସ୍ତ କର୍ମକର୍ତ୍ତା,ଚାଇଲଡ ହେଲପ ଲାଇନ ସଦସ୍ୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ସିଡିପିଓ ସମେତ ୫୦ଜଣ ସୁପରଭାଇଜର ଯୋଗଦେଇଥିଲେ।
ପ୍ଲାନ ଇଣ୍ଡିଆ ଫାଉଣ୍ଡେସନ କେନ୍ଦୁଝର ତରଫରୁ ବାଲ୍ୟ ବିବାହ ନିଷେଧ ଆଇନ ଓ ଶିଶୁ ଯୌନ ଶୋଷଣ ନିଷେଧ ଆଇନ ଓଡିଆ ଅନୁବାଦ ପୁସ୍ତକ ବଣ୍ଟନ କରାଯାଇଥିଲା l