ଆଶା ଦିଦି ଙ୍କ ଦବଙ୍ଗ ଗିରି ମାନୁ ନାହାନ୍ତି ଇନ୍ଦ୍ର ଚନ୍ଦ୍ର।
ଏଭଳିସାଙ୍ଘାତିକ ଅଭିଯୋଗ ଆସିଛି। କଳାହାଣ୍ଡି ଜିଲ୍ଲା ର ଜୁନାଗଡ଼ ବ୍ଲକ ଅନ୍ତର୍ଗତ କନ୍ଧସର୍ଗିଗୁଡା ଗ୍ରାମ ରେ ଗ୍ରାମ ବାସୀ ଙ୍କ କହିବା କଥା, ଗତ ଚୈତ୍ର ପୂଜା ର କିଛି ଆଲୋଚନା କରାଯାଉ ଥିବା ସମୟରେ, ଆଶା ଦିଦି ଜଣ ଙ୍କ ହଟାତ, ଆଲୋଚନା କରୁଥିବା ଲୋକଙ୍କୁ ବିଭିନ୍ନ ପ୍ରକାରର ଭାଷା ରେ ଗାଳିଗୁଳଜ କରିଥିବାରୁ ଆଶା ଦିଦି ଙ୍କୁ ବହିଷ୍କାର କରାଯାଉ ବୋଲି ଲିଖିତ ଅଭିଯୋଗ କରୁଛନ୍ତି, ଆଶା ଦିଦି ହୋଉଛନ୍ତି, ଲୋକଙ୍କୁ ସଚେତନ କରିବା କଥା ଓଲଟା ସଚେତନ ବଦଳରେ ଗାଲିଗୁଳଜ କରୁଛନ୍ତି ଏଭଳି କହୁଛନ୍ତି ଗ୍ରାମବାସୀ ଓ ପ୍ରସବ ସମୟରେ ମଧ୍ୟ ଯାଉନାହାନ୍ତି ଆଶା ଦିଦି, ଏବଂ ପ୍ରସବ ସମୟରେ ଆଶା ଦିଦିଙ୍କୁ ଡାକିବାକୁ ଗଲେ ମନାକରନ୍ତି ଆଉ କୁହନ୍ତି ଯେ ମୋର କାମ ଅଛି, ମୋର ମିଟିଂଙ୍ଗ ମୁଁ ଯାଇ ପାରିବି ନାହିଁ, ମତେ ଟଙ୍କା ଦେଲେ ମୁଁ ଯିବି ନହେଲେ ମୁଁ ଯିବି ନାହିଁ ବୋଲି କୁହନ୍ତି ।ଗ୍ରାମ ବାସୀଙ୍କ କହିବା ଅନୁସାରେ ମନମାନି ରେ ଚାଲିଛି ଆଶା ଦିଦିଙ୍କ ଦବଙ୍ଗଗିରି ମଦ ମୁକ୍ତ ପାଇଁ ଗ୍ରାମରେ ଏକ ବୈଠକ ହେଉଥିବା ସମୟରେ ଆଶାକର୍ମୀ ସଭା ମଧ୍ୟରେ ଆସି ଗ୍ରାମରେ ମଦ ଦୋକାନ ବନ୍ଦ ହେବ ନାହିଁ ପ୍ରୋତ୍ସାହନ ଦେଉଥିଲେ ଏବଂ ସେ ଆଶା କର୍ମୀ ହୋଇ ଏଭଳି କହିବା କେତେଦୂର ଯୁକ୍ତି ଯୁକ୍ତ? ଆଉ ଆଶା ଦିଦି କହିଥିଲେ ମୁଁ ମଧ୍ୟ ମଦ ବିକିବି ବୋଲି ସଭାକୁ କହିଥିଲେ ଓ ସଭା କୁ ଅପମାନିତ କରିଥିଲେ।ତେଣୁ ପ୍ରଶାସନଙ୍କୁ ବିନୀତ ଅନୁରୋଧ ଉକ୍ତ ଆଶା ଦିଦି କୁ ବହିଷ୍କାର କରାଯାଉ ବୋଲି ଗ୍ରାମବାସୀ ଜଣାଇଛନ୍ତି।