
ବେତନଟୀ ବ୍ଲକ ଅଗ୍ରିଆ ରେ ପ୍ରାଣୀ ସମ୍ପଦ ମେଳା ବ୍ଲକ ସ୍ତରୀୟ ଆୟୋଜିତ ,
ବେତନଟୀ ( ରତନ ଲାଲ ଦାସ ) ,ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଆଗ୍ରିଆ ଠାରେ ବେତନଟୀ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଯାଇଛି। ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ରଞ୍ଜନ କୁମାର ସେଠି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ମେଳା ରେ ସରକାରଙ୍କ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ହେଇଥିଲା ! ପ୍ରାଣୀ ସମ୍ପଦ ମେଳାରେ ଅନେକ ଚାଷୀ ସେମାନଙ୍କ ଗୃହପାଳିତ ପ୍ରାଣୀ ମାନଙ୍କୁ ନେଇ ମେଳାରେ ଅଂଶଗ୍ରହଣ କରିଥିଲେ। ଗୋପାଳକମାନେ ବିଭିନ୍ନ ପ୍ରଜାତିର ଗାଈଗୋରୁ,ପୋଷା କୁକୁର , ଛେଳି , ଘୁଷୁରୀ , ମଇଁଷି , କୁକୁଡ଼ା ଆଦି ଗୃହପାଳିତ ପ୍ରାଣୀ ମାନଙ୍କୁ ନେଇ ମେଳାରେ ଅଂଶଗ୍ରହଣ କରିଥିଲେ। ପ୍ରାଣୀ ସମ୍ପଦର ବିକାଶରେ ସହାୟକ ହୋଇଥିବା ସଫଳ ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାଣୀ ସମ୍ପଦର ଚିକିତ୍ସା କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ପାଥେୟ କରି ବିଭାଗୀୟ ବିଶେଷଜ୍ଞ ଡ଼ାକ୍ତର ମାନଙ୍କ ଦ୍ବାରା ରଚିତ ପୁସ୍ତକ “ମୟୂରୀ” ର ଉନ୍ମୋଚନ କରିଥିଲେ ସଭାରେ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବଡ଼ସାହି ବିଧାୟକ ସନାତନ ବିଜୁଳି, ମୂଖ୍ୟ ବକ୍ତା ଅତିରିକ୍ତ ଜିଲ୍ଳା ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ଅର୍କେନ୍ଦୁ ପାତ୍ର , ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଳା ପ୍ରାଣୀ ଚିକିତ୍ସାଧିକାରୀ (ଏଲ ପି) ଡ଼ଃ ଗୋପାଳ ଚରଣ ବଳ, ଜିଲ୍ଲା ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ଭାଗବତ ଘୋଷ, ବୈଜ୍ଞାନିକ ପ୍ରଫେସର ଗୁରୁପ୍ରସାଦ ମହାନ୍ତି , ଜିଲ୍ଲା ପରିଷଦ ସଭ୍ୟ ବିଶ୍ବନାଥ ହେମ୍ବ୍ରମ , ଙ୍କ ସହିତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ !