ବାଲେଶ୍ଵର ଗସ୍ତରେ ଆସିଥିବା ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲାଲୁ ଙ୍କୁ ସୋର କଂଗ୍ରେସ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି। ବିଧାନସଭା ଘେରାଉ କୁ କିପରି ସଫଳ କରାଯିବ ସେ ନେଇ ଜିଲ୍ଲା କଂଗ୍ରେସ ର ନେତୃତ୍ୱଙ୍କ ସହ ଆଲୋଚନା ପାଇଁ ଆଶିଥିବା ସୂଚନା ମିଳିଛି। ତାଙ୍କ ସହ ନବଜ୍ୟୈତି ପଟ୍ଟନାୟକ ସୋର ରେ ପହଞ୍ଚିବା ପରେ ବିଧାନସଭା ନେତା ସୁବ୍ରତ ଧଡା, ବ୍ଲକ ସଭାପତି ଶ୍ରୀକାନ୍ତ ଜେନା , ରାଜେନ୍ଦ୍ର ମହାନ୍ତି ଉପସ୍ଥିତ ରହି ତାଙ୍କୁ ସ୍ଵାଗତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିଶାକର ମହାନ୍ତି, ବିଭୂତି ଦାସ , ଗୈରାଙ୍ଗ ତ୍ରିପାଠୀ ଙ୍କ ସମେତ ଶତାଧିକ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।
