Slog – *ମା ଖଣ୍ଡୁରାଇ ଙ୍କ ପାଚେରୀ କାର୍ଯ୍ୟ କୁ ଉଦଘାଟନ କଲେ ମନ୍ତ୍ରୀ ଓ ସାଂସଦ
Anc – ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ମାଣତିରl ପଞ୍ଚାୟତ ରାବଣା ଗ୍ରାମରେ ମା ଖଣ୍ଡୁରାଇ ଙ୍କ ଅର୍ଦ୍ଧ ନିର୍ମିତ ପାଚେରୀ କୁ ଜେ ଏସ ଡବ୍ଲୁ ଦ୍ୱାରା ସମ୍ପୂର୍ଣ ନିର୍ମାଣ କରାଯାଇଥିବା ବେଳେ ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ ମାନ୍ୟବର ସାଂସଦ ରବୀନ୍ଦ୍ର ବେହେରା ଫିତା କାଟି ଉଦଘାଟନ କରିଥିଲେ l ଏହି ଅନୁଷ୍ଠାନ କୁ ଆୟୋଜନ କରିଥିଲେ ରାବଣା ଗ୍ରାମର ଯୁବ ଗୋଷ୍ଠୀ l ସଭା କୁ ପରିଚାଳନା କରିଥିଲେ ଦଶ ନମ୍ବର ଜୋନ ବିଜେପି ପ୍ରତିନିଧି ସଞ୍ଜୟ ମହାନ୍ତି, ମୁଖ୍ୟ ଅତିଥି ମାନ୍ୟବର ସାଂସଦ ରବୀନ୍ଦ୍ର ମୋହନ ବେହେରା, ମୁଖ୍ୟ ବକ୍ତା ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏବଂ ରାବଣା, କେନ୍ଦୁଢିପି ଓ ଆଖପାଖ ଅଞ୍ଚଳ ରୁ ଆସିଥିବା ମନ୍ତ୍ରୀ ଙ୍କ ସମର୍ଥକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଗ୍ରାମବାସୀ ଙ୍କ ତରଫରୁ ଶିଶୁ ଉଦ୍ୟାନ ପାଇଁ ଏକ ଦାବି ମଧ୍ୟ ରହିଲା l ମାନ୍ୟବର ସାଂସଦ ମଧ୍ୟ ରାବଣା ଗ୍ରାମ ରେ ଏକ ଶିଶୁ ଉଦ୍ୟାନ କୁ କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି l ଆଉ ମଧ୍ୟ୍ୟ ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ଓ ସବକା ପ୍ରୟାସ ଉପରେ ରାଷ୍ଟ୍ର ପ୍ରତି ସମର୍ପିତ ଭାବନା ରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଥିଲେ l ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିମାନ ରହଣି ପଡିଆ ଏବଂ ପୂର୍ଵ ସରକାର ରେ ହୋଇପାରିନଥିବା ଗଳି ପୋଲ ହେବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିବାର ଦେଖିବାକୁ ମିଳିଛି l
*ଯାଜପୁର ରୁ ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ନାଥ ଙ୍କ ରିପୋର୍ଟ ଭଂଜଦୂତ ନିୟୁଜ l*
