ଗୋମାଂସ ବିକ୍ରି ଅଭିଯୋଗ ରେ ଦୋକାନ ଭଙ୍ଗାରୁଜା।
ସିମୁଳିଆ/ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ନୂଆବର୍ଷ ରେ ମଟନ୍ ଖାଉଛନ୍ତି କି , ହୋଇଯାଆନ୍ତୁ ସାବଧାନ। କାରଣ କେତକ ବିଧର୍ମୀ ମଟନ୍ ନାମରେ ଗୋମାଂସ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଆଜି ଜିରୋ ନାଇଟ୍ ସେଲିବ୍ରେସନ ସହ ବିଭିନ୍ନ ସ୍ଥାନରେ ଭୋଜିଭାତର ପସର ଜମିଥିଲା। କିନ୍ତୁ କିଏ ଜାଣିଥିଲା ମଟନ ବଦଳରେ ଗୋମାଂସ ଖାଉଛନ୍ତି ବୋଲି। ଆଜି ସକାଳୁ ସକାଳୁ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକର ଜାମୁଝାଡି ରେ । ବରୀ ଅଞ୍ଚଳ ର ସେଖ୍ ମୁନା ଓ ତାଙ୍କ ପୁଅ ମଟନ୍ ବିକ୍ରୀ କରୁଥିଲେ । ସକାଳେ ଲୋକ ମାନେ ମଟନ ନେବା ସମୟରେ ସେ କାଟିକି ରଖିଥିବା ମାଂସ ଦେବାରୁ ଲୋକମାନଙ୍କ ର ସନ୍ଦେହ ହୋଇଥିଲା। ସେ ମଟନ୍ ବଦଳରେ ଗୋମାଂସ ଦେଉଥିବାର ଅଭିଯୋଗ ପରେ ସ୍ଥାନୀୟ ଲୋକେ ଦୋକାନ କୁ ଭଙ୍ଗାରୁଜା କରିବା ସହ ଦୋକାନୀ କୁ ଉତ୍ତମ ମଧ୍ୟମ ଦେବା ସହ ଉକ୍ତ ଦୋକାନ କୁ ପୋଡି ଦେଇଥିଲେ । ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ମୁନା ଓ ତାଙ୍କ ପୁଅକୁ ଥାନାକୁ ଆଣି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
