*ୱେଷ୍ଟର୍ନ ଓଡିଶା ରେସିଡେନ୍ସିଆଲ ପବ୍ଲିକ ସ୍କୁଲ, ଖରିଆରର ୨୫ ତମ ପ୍ରତିଷ୍ଠା ଉତ୍ସବ :-*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ୱେଷ୍ଟର୍ନ ଓଡିଶା ରେସିଡେନ୍ସିଆଲ ପବ୍ଲିକ ସ୍କୁଲ, ଖରିଆର ପରିସରରେ ବିଦ୍ୟାଳୟର ୨୫ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି | ସମାରୋହରେ ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ତଥା ନିର୍ଦେଶିକା ଶ୍ରୀମତୀ ସ୍ନିଗ୍ଧା ଘୋଷ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟଅତିଥି ଭାବରେ ଶ୍ରୀମତୀ ଗୀତାରାଣୀ ଯୋଶୀ ଗୋଷ୍ଠି ଶିକ୍ଷା କେନ୍ଦ୍ର ଅଧିକାରୀ, ଖରୀଆର, ଅନ୍ୟତମ ଅତିଥି ଭାବେ ସ୍କୁଲ ର ପ୍ରତିଷ୍ଠାତା ଉତ୍ସବ ଘୋଷ, ଓ ପ୍ରତିଷ୍ଠାତା ସଦସ୍ୟ ଶ୍ରିଯୁକ୍ତ ଜିତେନ୍ଦ୍ର ଦଣ୍ଡସେନା ଯୋଗଦେଇ ଥିଲେ । ଅତିଥି ଗଣ ତାଙ୍କ ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ରିକ ଗଠନ , ଶିକ୍ଷାର ଗୁରୁତ୍ବ ଏବଂ ଦେଶ ପ୍ରତି ଛାତ୍ର ଛାତ୍ରୀଙ୍କ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ । ସଭାଶେଷରେ ପ୍ରତି ବର୍ଷ ଭଳି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ଶିକ୍ଷକ ଦେବାଶିଷ ମିଶ୍ର ଓ ଶିକ୍ଷୟତ୍ରୀ ଜ୍ୟୋତିକା ବିଶି ନୃତ୍ୟ ପ୍ରତିଯୋଗିତାକୁ ଆଗେଇ ନେଇଥିଲେ ତଥା ପ୍ରତିଯୋଗିତାରେ ବିଚାରକ ଭାବରେ ଶ୍ରୀ ବିନୋଦ ବିହାରୀ ପଣ୍ଡା, ଚନ୍ଦ୍ର କୈବର୍ତ୍ତ ଓ ବିଭୂତି ଭୂଷଣ ବିଶି ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଦିବସରେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ସଭାଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଣିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ।
