*ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଧାନ ବୋଝେଇ ଗାଡ଼ି ଜବତ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଭରୁଆମୁଣ୍ଡା ଗାଁ ଛତିଶଗଡ ର ସୀମାନ୍ତ ରେ ଅବସ୍ଥିତ ଓଡ଼ିଶାରୁ ଛତିଶଗଡ଼କୁ ବେଆଇନ ଭାବେ ଧାନ ଚାଲାଣ କରାଯାଉଥିବା ସମୟରେ ସୀମାନ୍ତରେ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଓଡ଼ିଶା ସୀମା ପାର୍ ହୋଇ ଛତିଶଗଡ଼କୁ ଯାଉଥିବା ଏକ ଧାନ ବୋଝେଇ ପିକଅପ ଗାଡି କୁ ପୁଲିସ୍ ଜବତ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରୁ ଏକ ପିକଅପ୍ ଗାଡ଼ିରେ ପ୍ରଚୁର ପରିମାଣର ଧାନ ଛତିଶଗଡ଼କୁ ଚାଲାଣ କରାଯାଉଥିଲା। ତେବେ ସୀମାନ୍ତ ଛତିଶଗଡ଼ର ଭରୁଆମୁଣ୍ଡାଠାରେ ପୁଲିସ୍ ପକ୍ଷରୁ ହଠାତ୍ ଚଢ଼ାଉ କରାଯାଇଥିଲା। ଏହି ଯାଞ୍ଚ ସମୟରେ ପୁଲିସ୍ ସେହି ପିକଅପ୍ ଗାଡ଼ି ସହ ପ୍ରାୟ ୨୭ କୁଇଣ୍ଟାଲ ଧାନ ଜବତ କରିବାରେ ସଫଳ ହୋଇଛି। ଏହି ବେଆଇନ ଧାନ ଚାଲାଣ ପଛରେ କାହାର ହାତ ରହିଛି, ସେ ନେଇ ପୁଲିସ୍ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
