ଭଗବାନପୁର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସମ୍ବଦ୍ଧନା ସଭା
ଢେଙ୍କାନାଳ ସହରସ୍ଥିତ ଭଗବାନପୁର ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଦିବଂଗତ ସଦସ୍ୟମାନଙ୍କ ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ୧୧ଜଣ ପୂର୍ବତନ ସଦସ୍ୟମାନଙ୍କୁ ମଂଚକୁ ଡକାଇ ଫୁଲତୋଡା, ଉତରୀୟ ପ୍ରଦାନ ପୂର୍ବକ ସମ୍ବଦ୍ଧନା କରାଯାଇଥିଲା । ଏହି ପୂଜା ୮୦ ମସିହାରୁ ଆରମ୍ଭ କରି ଚଳିତ ୨୦୨୬ ମସିହା ଅତିକ୍ରମ କରିଛି । ଚଳିତ ବର୍ଷ ମା’ଙ୍କ ଆଭୂଷଣ ପାଇଁ କର୍ମକର୍ତାମାନେ ରୂପା ମୁକୁଟ ଓ ରୂପା ପଦ୍ମମାଳରେ ସଜ୍ଜିତ କରି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ସୁନ୍ଦର ତୋରଣ ସହିତ ଆଲୋକମାଳରେ ପୂଜା ପେଣ୍ଡାଲ୍ ଉଜ୍ଜ୍ବଳମୟ ହୋଇଉଠିଥିଲା । ପ୍ରଥମେ ଢାଳ ଛାମୁଣ୍ଡିଆ ଓ ପରେ ଚାଳ ଛାମୁଣ୍ଡିଆ ରୁ ଆରମ୍ଭ ଏବଂ ୫ଟଙ୍କାରୁ ଚାନ୍ଦା ଆଦୟ କରାଯାଥୁବା ଏହି ପୂଜା ଆଜି ୧୦ ଲକ୍ଷରେ ପହଁଚିଛି । କମିଟ୍ର ସମସ୍ତ ସଭ୍ୟ ଶୃଙ୍ଖଳିତ ଭାବେ ପୂଜାର ଦାୟିତ୍ୱ ତୁଲାଇ ଥିବାରୁ ଗ୍ରାମବାସୀମାନେ ଧନ୍ୟବାଦ ଦେଇଥିଲେ । ଏଥିରେ ସଭାପତି ଧର୍ମେନ୍ଦ୍ର ରାଉତ, ଉପସଭାପତି ସୁନିଲ୍ କୁମାର ମହାରଣା, ନିରଂଜନ ସାହୁ, ସଂପାଦକ ଅନିଲ୍ କୁମାର ପରିଡା, କୋଷାଧ୍ଯକ୍ଷ ଯଶୋବନ୍ତ ମହାପାତ୍ରଙ୍କ ସମେତ ସଦସ୍ୟ ଗଗନ ପୃଷ୍ଟି, ଅନିଲ୍ ନାଥ, ଅମୀୟ ମହାନ୍ତି, ସୟଂ ପ୍ରକାଶ ଶତପଥୀ, ପ୍ରଶାନ୍ତ ମହାରଣା, ବଳଭଦ୍ର ସାହୁ, ଅନିଲ୍ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ । ଆଜିର ଅନ୍ତିମ ସଂଧ୍ୟାରେ ରୁଦ୍ର ମ୍ୟୁଜିକାଲ୍ ଦ୍ବାରା ମେଲୋଡି ପରିବେଷଣ ହୋଇଥୁଲା ।
