
ରଙ୍ଗେଈଲୁଣ୍ଡା -ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ରଙ୍ଗିପୁର ଗ୍ରାମ ପଞ୍ଚାୟତ ରେ ଅଟଳ ସେନା ପକ୍ଷ ରୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର କୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଉଦଘାଟନ କରି ସାମ୍ପ୍ରତିକ ପରିସ୍ଥିତି ରେ ରକ୍ତ ର ଚାହିଦା ବଢିଯାଇଛି। ରକ୍ତ ପାଇଁ ବହୁତ ଲୋକ ଙ୍କ ଜୀବନ ଚାଲିଯାଉଛି। ତେଣୁ ଆଜିକାର ଯୁବପିଢ଼ି ମାନେ ଏହିପରି ରକ୍ତଦାନ ଶିବିର ଆୟୋଜନ କରି ରକ୍ତ ଅଭାବ କୁ ଦୂର କରିପାରିବେ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ। ଏହିପରି ମହତ କାର୍ଯ୍ୟ କୁ ପରିବହନ ମନ୍ତ୍ରୀ ଭୁୟସୀ ପ୍ରଶଂସା କରି ଆଗାମୀ ଦିନମାଙ୍କରେ ଏହି କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ କବିରାଜ ଖୁଣ୍ଟିଆ, ମୁନା ସେଠି, ଗୁରୁନାଥ ଖୁଣ୍ଟିଆ, ପିଣ୍ଟୁ ଦାସ, ରବୀନ୍ଦ୍ର ପ୍ରଧାନ ନାରାୟଣ ଗୌଡ଼, ଏ ଶଙ୍କର ରାଓ, ରବୀନ୍ଦ୍ର ଗୌଡ଼, ଟୁଟୁ ଦାସ, ରଇତ ଦାସ, ମୁନା ବେହେରା, ଟୁକୁନା ମହାନ୍ତି, ଏନ ମୋହନ ପାତ୍ର, ଏ ନାରାୟଣ, ଲିଙ୍ଗରାଜ ପ୍ରଧାନ, ମନୁ ଦାସ ରାଜେନ୍ଦ୍ର ନାହାକ, ଏବଂ ସମାଜସେବୀ ଗଗନ ପାତ୍ର ଉପସ୍ଥିତ ଥିବା ଅଟଳ ସେନାର ସମସ୍ତ କାର୍ଯ୍ୟକର୍ତ୍ତା ଏଥିରେ ସହଯୋଗ କରିଥିଲେ। ଏହି ଶିବିରରେ ପ୍ରାୟ ୫୦ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ନେଇ ମେଡିକାଲ ଟିମ ସୂଚନା ଦେଇଥିଲେ।