ୟୁଵା ସଂସ୍କାର ଫାଉଣ୍ଡେସନର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ!
______________
ସାରସକଣା, (୨୦/0୯/୨୬)(ନି.ପ୍ର):-ମୟୂରଭଞ୍ଜ ଜିଲ୍ଲା ବାରିପଦା ବେଲଗଡ଼ିଆ ସ୍ଥିତ ଆଧାର ପବ୍ଲିକ ସ୍କୁଲ ସଭାଗୃହରେ ଆଜି ଆନୁଷ୍ଠାନିକ ଭାବେ ୱାଇ.ଏସ.ଏଫ ବା ୟୁବା ସଂସ୍କାର ଫାଉଣ୍ଡେସନର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଟ୍ରଷ୍ଟର ସଭାପତି ମାନସ କୁମାର ପୃଷ୍ଟି ଅଧ୍ୟକ୍ଷତା କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଯୁବ ସଂଗଠକ ତଥା ପ୍ରାଇଡ ଓଡିଶା ଅନୁଷ୍ଠାନର ପ୍ରତିଷ୍ଠାତା ମାନସ କୁମାର ଦାସ ଯୋଗ ଦେଇଥିବା ବେଳେ, ମୁଖ୍ୟ ଅତିଥି ଭାବେ ଯୁବ ଆଇକନ ସଂଜୀବ କୁମାର ଘୋଷ, ସ୍ୱତନ୍ତ୍ର ଅତିଥି ଭାବେ ରାସଗୋବିନ୍ଦପୁର ତହସିଲଦାର ଉପେନ୍ଦ୍ର କୁମାର ଦାସ ଯୋଗ ଦେଇଥିଲେ। ସେହିପରି ଅନୁଷ୍ଠାନର ଫାଉଣ୍ଡର ମଳୟ ନାୟକ, ବରିଷ୍ଠ ସମାଜସେବୀ ବିବେକାନନ୍ଦ ପଟନାୟକ, ସମ୍ପାଦକ ଇଂ ଅଶ୍ୱନୀ କୁମାର ମହାନ୍ତ, ତଥା ସଦସ୍ୟ। ତଥା ବିଶିଷ୍ଟ ସଂଗଠକ କନିକା ବୋଷ ଶିକ୍ଷାବିତ ସାଇକୃପା ଜେନା ପ୍ରମୁଖ ମଞ୍ଚସିନ ହୋଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଛାତ୍ର ସାଇ ସାନଙ୍କ ଦ୍ୱାରା ସୁନ୍ଦର ସ୍ୱାଗତ ଧ୍ୱନି ପରିବେଶଣ କରାଯାଇଥିଲା। ସଭାପତି ମାନସ କୁମାର ପୃଷ୍ଟି ପ୍ରାରମ୍ଭିକ ଭାଷଣ ପ୍ରଦାନ କରିବା କରି ଅନୁଷ୍ଠାନର ପ୍ରାକ ସୂଚନା ଦେଇଥିଲେ। ସେହିପରି ସମ୍ପାଦକ ଅଶ୍ୱନୀ କୁମାର ମହାନ୍ତ ସଂଗଠନର ଲକ୍ଷ୍ୟ ବାବଦରେ ସ୍ପଷ୍ଟୀକରଣ ଦେଇଥିଲେ। ଫାଉଣ୍ଡର ମଳୟ ନାୟକ ଆନ୍ତର୍ଜାତୀୟ ସଂଗଠନ ଜାତୀୟ ଯୁବ ପ୍ରକଳ୍ପ ଅନୁଷ୍ଠାନ ସହ ମୟୂରଭଞ୍ଜ ଜିଲ୍ଲାରେ ବିଗତ ୧୦ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଅବଗତ କରିଥିବା ବେଳେ ଉକ୍ତ ଅଭିଜ୍ଞତାକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଏକ ଯୁବ ସଂଗଠନ ଆରମ୍ଭ କରିବାକୁ ଯୋଜନା କରାଯାଇଥିଲା, ଯାହାର ମୂଳଲକ୍ଷ୍ ଯୁବବର୍ଗ ଭିତରେ ସଂସ୍କାର ସୃଷ୍ଟି କରିବା ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ଏକାଧିକ ବିଭିନ୍ନ ସଂଗଠନର ପରିଚାଳକ, ଯୁବ ସମାଜସେବୀ ସ୍ବେଛାସେବୀ, ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ। ଏନୱାଇପି ସଂଗଠନର ମୁଖ୍ୟ ମଧୁସୂଦନ ଦାସ ଓ ଏସିଏମ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ବିଶିଷ୍ଟ ଗାନ୍ଧୀବାଦୀ ଡ ଆଦିତ୍ୟ ପଟନାୟକଙ୍କ ବାର୍ତ୍ତା ପ୍ରଜେକ୍ଟର ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟତଃ 15ଟି ଆବଶ୍ୟକ ସଂସ୍କାର ବାବଦରେ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ମାନବିକତା, ସେବାଭାବ, ସତ୍ୟନିଷ୍ଠା, ଶୃଙ୍ଖଳା, ଦାୟିତ୍ୱବୋଧ, ସମାନତାର ଭାବନା, ସହନଶୀଳତା, ନେତୃତ୍ୱ ଗୁଣ, ଟିମ୍ୱର୍କ, ପରିବେଶ ସଚେତନତା, ଦେଶ ଓ ସମାଜ ପ୍ରତି ଦାୟିତ୍ୱ, ଆତ୍ମନିର୍ଭରତା, ସକାରାତ୍ମକ ଚିନ୍ତାଧାରା, ଡିଜିଟାଲ୍ ଦାୟିତ୍ୱବୋଧ ପ୍ରମୁଖ ବିଷୟ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସଂଗଠନ ତରଫରୁ କୁହାଯାଇଛି। ସତ୍ୟନିଷ୍ଠା • ଶୃଙ୍ଖଳା • ସେବା • ସମ୍ମାନ • ଦାୟିତ୍ୱ ମୁଖ୍ୟ ଅସ୍ତ୍ର ବୋଲି ବିବେଚନା କରି କାର୍ଯ୍ୟ କରାଯିବା ନେଇ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ତଥା ଅନୁଷ୍ଠାନର ଉପଦେଷ୍ଟା ଅଶୋକ କୁମାର ପୃଷ୍ଟି ପରିଚାଳନା କରିଥିବା ବେଳେ ଉପସଭାପତି ଚିନ୍ମୟ ଭଦ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। ସେହିପରି ଅନୁଷ୍ଠାନ ସହିତ ଯୋଡିତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ସଦସ୍ୟ ମାନେ ୧୦ ବର୍ଷର ଏକତ୍ର କାର୍ଯ୍ୟ କରିବାର ଅନୁଭୂତି ପ୍ରକାଶ କରିଥିଲେ।ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
