ପିକଅପ ଗାଡ଼ିରେ ସନ୍ଦେହଜନକ ନିଆଁ, କାରଣ ଅସ୍ପଷ୍ଟ।
ରେଢ଼ାଖୋଲ ୨୦.୯(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତ ଅଧୀନ ବେତଗଡ଼ ଗ୍ରାମରେ ରବିବାର ଦିନ ଘର ପାଖରେ ଛିଡ଼ା ହୋଇଥିବା ପିକ୍ଅପ୍ ଗାଡ଼ିରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ବେତଗଡ ଗ୍ରାମର ବାସିନ୍ଦା ଅଶୋକ କୁମାର ପ୍ରଧାନଙ୍କ ଘର ବାରି ପଛରେ ରଖାଯାଇଥିବା ଏକ ପିକଅପ ଗାଡ଼ିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇ ପଳାଇ ଯାଇଥିଲା ସନ୍ଦେହ କରାଯାଉଛି। ଗାଡ଼ିଟି ସମ୍ପୂର୍ଣ ଭାବେ ଜଳି ନଷ୍ଟ ହୋଇଯାଇଛି। ସକାଳୁ ଏହା ଜାଣିବା ପରେ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପହଞ୍ଚି କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିଥିଲେ। ଏ ସଂକ୍ରାନ୍ତରେ ଗାଡ଼ି ମାଲିକ ଅଶୋକ ରେଢ଼ାଖୋଲ ଥାନାରେ ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
