ଲୋହରା ଖଣ୍ଡି ସାହିତ୍ୟ ସଂସଦ ତରଫରୁ କବିତା ପାଠୋତ୍ସବ ସହିତ ଜନ୍ମଦିନ ପାଳନ।
ଭଞ୍ଜନଗର : ୨୦/୦୯ (ପ୍ରଫୁଲ୍ଲ କୁମାର ମହାରଣା )ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ ପାତ୍ର କଲୋନୀସ୍ଥିତ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠାନର ସାଙ୍ଗଠାନିକ ସମ୍ପାଦିକା ଶ୍ରୀମତୀ କଳ୍ପନା କୁମାରୀ ପ୍ରଧାନ ତାଙ୍କ ସ୍ୱାମୀ ଶେଷାର୍ଣ୍ଣନ୍ଦ ଆରୁଖଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ଅବସରରେ ପାଳିତ ହୋଇଯାଇଛି ‘ସ୍ୱନକ୍ଷତ୍ର ଶେଷାର୍ଣ୍ଣନ୍ଦ’। ଜନ୍ମଦିନକୁ ନିଜ ପରିବାର ଭିତରେ ସୀମିତ ନରଖି ସାହିତ୍ୟ ଓ ସୃଜନଶୀଳତା ସହିତ ଜଡ଼ିତ କରିଥିବାରୁ ସାହିତ୍ୟ ପ୍ରେମୀ ମାନେ ସଂସଦ ଏବଂ ଆରୁଖ ଦମ୍ପତ୍ତିଙ୍କୁ ପ୍ରଶଂସା କରିଥିଲେ। ଉପସ୍ଥିତ କବି, ସାହିତ୍ୟିକ, ବୃଦ୍ଧିଜୀବୀ, ସାହିତ୍ୟ ପ୍ରେମୀମାନେ ଶ୍ରୀଯୁକ୍ତ ଆରୁଖଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେବା ସହିତ ୪୦ରୁ ଉର୍ଦ୍ଧ୍ୱ କବି, କବୟିତ୍ରୀ ‘ଜନ୍ମଦିନ’ ଉପରେ ନିଜର କବିତା ପାଠ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂସଦର ସଭାପତି ଡକ୍ଟର ସଂଯୁକ୍ତ ପଣ୍ଡା ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଆରୁଖ। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସମ୍ବାଦ ସାହିତ୍ୟ ଘରର ସଭାପତି କୃତ୍ତିବାସ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ପ୍ରଶାନ୍ତ ମହାନ୍ତି, ସମ୍ମାନୀତ ଅତିଥି ଭାବେ ସମାଜସେବୀ ତଥା ରୋଟାରୀକ୍ଲବର ପୂର୍ବତନ ସଭାପତି ରଞ୍ଜିତ କୁମାର ବାରିକ, ଶେଷାର୍ଣ୍ଣନ୍ଦ ଆରୁଖ ଉପସ୍ଥିତ ରହି ‘ସାହିତ୍ୟ ଓ ଜୀବନ’ ଶୀର୍ଷକ ଆଲୋଚନା କରିଥିଲେ। ସଂସଦର ଉପସଭାପତି ପବିତ୍ର ମୋହନ ରାଉତରାୟ ଅତିଥି ଆହ୍ୱାନ କରିଥିଲେ। ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ସମ୍ପାଦକୀୟ ବିବରଣ ପାଠ କରିଥିବାବେଳେ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ପରିଚାଳନା ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା। କାର୍ଯ୍ୟକାରୀ ସଦସ୍ୟା ଶ୍ରୀମତୀ ବିଷ୍ଣୁପ୍ରିୟା ପତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କଣ୍ଠଶିଳ୍ପୀ କାଳୀ ପ୍ରସାଦ ପ୍ରଧାନ ପାରମ୍ଭିକ ସଂଗୀତ ଗାନ କରିଥିଲେ। ବରିଷ୍ଠ ସାହିତ୍ୟିକ ପ୍ରଶାନ୍ତ ମହାନ୍ତିଙ୍କ ଅବନା ଅକ୍ଷର ପୁସ୍ତକ ‘ଆମ ସପନ ଜଗତ ଧନ’ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ସ୍ୱୀକୃତି ପାଇ ସମସ୍ତ ବିଦ୍ୟାଳୟର ପାଠାଗାରକୁ ପ୍ରଦାନ କରାଯିବା ସହିତ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କୁ ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଆୟୋଜିତ କବିତା ପାଠୋତ୍ସବରେ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ ଆଇନପରାମର୍ଶ ଦାତା ବିମ୍ବାଧର ଷଡ଼ଙ୍ଗୀ ଏବଂ ଶିକ୍ଷକ ଚନ୍ଦନ ବାଡ଼ତ୍ୟା।ତ୍ରିନାଥ ବେହେରା , ପ୍ରଫୁଲ୍ଲ କୁମାର ମହାରଣା ,ନେତାଜୀ ସାର,ନବ, ପବିତ୍ର ମୋହନ, ଅରକ୍ଷିତ ପରିଛା , ସୁନୀଲ ପାଣି ,ଏବଂ ସଂସଦର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବାବେଳେ ସାଙ୍ଗଠାନିକ ସମ୍ପାଦିକା ଶ୍ରୀମତୀ କଳ୍ପନା କୁମାରୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।
