
- ————🙏————–🙏—————
ମାଧବ ସଦାଶିବ ଗୋଲଓ୍ବାଲକର(ଶ୍ରୀଗୁରୁଜୀ, M.SC, LLB, ୧୯୦୬-୧୯୭୩)
🙏🙏🙏💐💐💐🙏🙏🙏💐💐💐
ଭାରତ ବର୍ଷର ଶୈକ୍ଷିକ, ରାଜନୈତିକ, ଆଧ୍ୟାମିକ, ସାମାଜିକ ଓ ସାଂସ୍କୃତିକ ନବଜାଗରଣର ସୂତ୍ରଧର | ଆଜି ସାରା ବିଶ୍ବରେ ମାନବତା ଓ ହିନ୍ଦୁତ୍ବର ଯେଉଁ ଜାଗରଣ ଆସିଛି ତାର ମୂଳଦୁଆ ଏହି ମହାମାନବଙ୍କ ଦ୍ବାରା ହିଁ ପଡିଛି | ଶଙ୍କରାଚାର୍ଯ୍ୟ ଭଳି ସମ୍ମାନଜନକ ପଦବୀକୁ ସେ କରିଥିଲେ ପ୍ରତ୍ୟାଖାନ | ଉଚ୍ଚଶିକ୍ଷା ପରେ ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନର ପ୍ରଫେସର ଭାବେ କିଛିଦିନ ଚାକିରି କରିଥିଲେ | ରାଷ୍ଟ୍ରର ପୁନଃନିର୍ମାଣ ପାଇଁ ଚାକିରିକୁ ଛାଡିବା ସହିତ ଆଜୀବନ ଅବିବାହିତ ରହିଥିଲେ | ଦେଶର ସମସ୍ତ ସରସ୍ବତୀ ଶିଶୁ ମନ୍ଦିରରେ ପୂଜା ପାଉଥିବା ଦାଢ଼ିଧାରୀ ଫୋଟ ହେଉଛି ଶ୍ରୀଗୁରୁଜୀଙ୍କର | ସେ ହଜାର ହଜାର ଧ୍ୟେୟନିଷ୍ଠ ସାଧକ ନିର୍ମାଣ କରିଯାଇଛନ୍ତି | *ଭାରତରତ୍ନ ଅଟଳ ବିହାରୀ ବାଜପେୟୀ,* ଭାରତରତ୍ନ ନନାଜୀ ଦେଶମୁଖ, ଭାରତରତ୍ନ ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ଉପରାଷ୍ଟ୍ରପତି ଭୈରବ ସିଂହ ଶେଖାଓ୍ବାତ, ଭେଙ୍କେୟା ନାଇଡୁ, ଅଶୋକ ସିଂହଲ, ପ୍ରବୀଣ ଭାଇ ତୋଗାଡିଆ, ଦତ୍ତପନ୍ଥ ଠେଙ୍ଗିଡି, ଏକନାଥ ରାଣାଡେ, *ନରେନ୍ଦ୍ର ମୋଦୀ, ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡକରୀଙ୍କ* ସହିତ ଦେଶର ୬୦ ପ୍ରତିଶତ ରାଜ୍ୟପାଳ, ଶିବରାଜ ସିଂ ଚୌହାନଙ୍କଠାରୁ ଆରମ୍ଭ କରି ୫୦ ପ୍ରତିଶତ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାର ଉତ୍ସ ହେଉଛନ୍ତି ଶ୍ରୀଗୁରୁଜୀ | ସରସ୍ବତୀ ଶିଶୁ ମନ୍ଦିର, ବିଶ୍ବହିନ୍ଦୁ ପରିଷଦ, ବନବାସୀ କଲ୍ୟାଣ ଆଶ୍ରମ, ରାଷ୍ଟ୍ର ସେବିକା ସମିତି, ଏବିଭିପି, ଜନସଙ୍ଘ ଭଳି ୧୦୦ରୁ ଉର୍ଦ୍ଧ୍ବ ସଂଗଠନ ମଧ୍ୟ ଶ୍ରୀଗୁରୁଜୀଙ୍କୁ ପ୍ରେରଣା ମାନନ୍ତି | ଏହିଭଳି ହଜାର ହଜାର ବ୍ୟକ୍ତିଙ୍କୁ ନିଜ ମାର୍ଗରେ ଚଳାଇ ରାଷ୍ଟ୍ରକୁ ପରଂବୈଭବଶାଳୀ ଦିଗରେ ଅଗ୍ରସର କରିଥିବା ଏହି ମହାମାନବଙ୍କୁ ତାଙ୍କ ଜନ୍ମଦିନରେ କୋଟିକୋଟି ପ୍ରଣାମ |