
ବଡସାହି,……( ଅଜିତ ମହାର୍ଣ୍ଣ )ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଶାରେ ଦଳ ପକ୍ଷରୁ ଓଡିଶା ଦିବସ ପାଳନ କରାଯାଇଛି । ଏହି ପରିପେକ୍ଷୀରେ ବଡସାହି ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ଏହା ପାଳିତ ହୋଇଯାଇଛି । ବଡସାହି ବ୍ଲକ୍ ବିଜୁ ଜନତା
ଦଳର ସଭାପତି ତପନ କୁମାର ପତିଙ୍କ ନେତୃତ୍ଵରେ ଏକ ଶୋଭାଯାତ୍ରା ଷ୍ଟେଟବ୍ୟାଙ୍କ ନିକଟରୁ ବାହାରି ବଜାରର ମଧ୍ୟସ୍ଥଳୀରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତି ନିକଟରେ ପଂହଚିଥିଲା । ସେଠାରେ ଉପସ୍ଥିତ ନେତା ମାନେ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ଧୂପପୁଷ୍ପ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଗଣେଶ୍ଵର ପାତ୍ର, ବ୍ଲକ ଉପାଧକ୍ଷ୍ୟ କାଂଚନ ପ୍ରଧାନ, ଯୁବ ସଭାପତି ନିହାର ରଂଜନ ମହାପାତ୍ର, ଯୁବନେତା ରାକେଶ ମହାପାତ୍ର, ବିଶ୍ବଜିତ ଦାସ, ପିଜୁସ ପାଲ, ମକରା ବଧୂକ, ଜଗବନ୍ଧୁ ବଗାଳ, ଦିଲ୍ଲିପ ବେହେରା, ଚତୁର୍ଭୁଜ ପଣ୍ଡିତ, ନିରୋଜ ପଟ୍ଟନାୟକ, ଶ୍ରୀକାନ୍ତ ବେହେରା, ଅଶୋକ ଖିଲାର, ଜଗବନ୍ଧୁ ଟିପିରିଆ, ମନୋରଂଜନ ଲେଙ୍କା ଓ ବିନୟ ପଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମକର୍ତା ଉପସ୍ଥିତ ରହି ଉତ୍କଳ ଦିବସର ତାତପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଭାଷା ସୁରକ୍ଷା ପାଇଁ ଯେଉଁମାନେ ଲଢେଇ କରିଥିଲେ ସେମାନେ ଆମ ପାଇଁ ଭଗବାନ । ଯେଉଁ ମଣିଷମାନେ ମାତୃଭୂମି ପାଇଁ ଜୀବନ ଦେଇଛନ୍ତି, ଭାଷା ସୁରକ୍ଷା ପାଇଁ ତ୍ୟାଗ ସ୍ଵୀକାର କରିଛନ୍ତି, ସେମାନେ କାଳଜୟୀ ମହାପୁରୁଷ । ସେମାନଙ୍କ ନିକଟରେ ଭବିଷ୍ୟତ ସଭ୍ୟତା କୃତଜ୍ଞ । ତେଣୁ ଆଜିର ଦିନରେ ସେମାନଙ୍କୁ ପ୍ରଣାମ କରିବା ସହିତ ପ୍ରାଣପୂର୍ଣ ପୁଷ୍ପାଞ୍ଜଳୀ ଦେବା ଆମର କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ସମୟରେ ମହାତ୍ମାଗାନ୍ଧୀ ଅମର ରହେ, ଗଙ୍ଗାଧର ମେହେରା ଅମର ରହେ, ରାଧାନାଥ ରଥ ଅମର ରହେ, ଉତ୍କଳମଣୀ ଗୋପବନ୍ଧୁ ଦାସ ଅମର ରହେ,
ଫକୀର ମୋହନ ସେନାପତି ଅମର ରହେ ସହିତ ବିଜୁ ପଟ୍ଟନାୟକ ଅମର ରହେ ଓ ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ
ଜିନ୍ଦାବାଦ ଧ୍ଵନିରେ ବଜାର ପ୍ରକମ୍ପିତ ହୋଇଥିଲା ।
ବଡ଼ସାହି ରୁ ଆଜିତ କୁମାର ମାହାର୍ଣା ଙ୍କ ରିପୋର୍ଟ ଭଞ୍ଜଦୂତ ନିୟୁଜ