ଗଣତାନ୍ତ୍ରିକ ଦେଶ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବୁ, ପ୍ରସନ୍ନ ଆଚାର୍ଯ୍ୟ
ରେଢ଼ାଖୋଲ ଅଞ୍ଚଳବାସୀ ଙ୍କ ବଞ୍ଚିବାର ଅଧିକାର ନାହିଁ କି?
ରେଢ଼ାଖୋଲ (ଭିକାରୀ ଚରଣ ପ୍ରଧାନ) : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ଡ଼ିଏଫଓ କନଫରେନ୍ସ ହଲ ଠାରେ ବୁଧୁବାର ଦିନ ରେଢ଼ାଖୋଲ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ବିଭିନ୍ନ ସମସ୍ୟା କୁ ନେଇ ବିଜୁ ଜନତା ଦଳ ତରଫରୁ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳର ଉପନେତା ମାନ୍ୟବର ପ୍ରସନ୍ନ ଆଚାର୍ଯ୍ୟ ଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ଆଚାର୍ଯ୍ୟ ଉଲ୍ଲେଖ କରାଯାଇଛି ଯେ ସହର ଭିତର ଦେଇ ଅନିୟମିତତା ଭାବରେ ଓଭର ଲୋଡ ବିଷାକ୍ତ ପାଉଁଶ ବୋଝେଇ ଗାଡି ବାରମ୍ବାର ଚଳାଚଳ କରୁଛି। ଅଧିକାରୀ ମାନେ ମୌଖିକ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ କାର୍ଯ୍ୟକାରୀ କରାଯାଉ ନାହିଁ। ଏଥିରେ କାହାର ବ୍ୟବସାୟିକ ସ୍ବାର୍ଥ ରହିଛି, ରାଜ୍ୟ ଏବଂ କେନ୍ଦ୍ର ସରକାର ରେଢ଼ାଖୋଲ ବାସୀ ଙ୍କୁ ଅଣଦେଖା କରୁଛନ୍ତି। ଅଞ୍ଚଳବାସୀ ବିଷାକ୍ତ ପାଉଁଶ ଯୋଗୁଁ ବିଭିନ୍ନ ରୋଗରେ ରୋଗାକ୍ରାନ୍ତ ହେଲେଣି, କଣ ଅଞ୍ଚଳବାସୀ ଙ୍କ ବଞ୍ଚିବାର ଅଧିକାର ନାହିଁ କି ବୋଲି ପ୍ରତିକ୍ରିୟା ଦେବା ସହ ଲୁହାପଙ୍କ ସାଧୁମୁଣ୍ଡା ଠାରେ ପ୍ରବେଶ ରାସ୍ତା ନାହିଁ, ସାଧୁମୁଣ୍ଡା ଠାରୁ ଜୁଯୁମୁରା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି, ତାରିଣୀ ଢ଼ାବା ସମୟ ଅଫିସ ଠାରେ ପ୍ରବେଶ ରାସ୍ତା ନ ଥିବା, ନୂଆପଡା ଛକ ଠାରେ ପ୍ରବେଶ ରାସ୍ତା ନ ଥିବାରୁ ନୂଆପଡା, ଝାଙ୍କରପଡା, ବରମପୁରା, ଏବଂ ବୁର୍ଡl ଗ୍ରାମ ପଞ୍ଚାୟତକୁ ଯାଉଥିବା ଜନସାଧାରଣ ହଇରାଣ ହେଉଥିବା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ରଖିଥିଲେ। ସେହିପରି ଚାରମାଳ ର ଖୁବେଲ ରାସ୍ତା ଠାରେ ଅଣ୍ଡର ପାସ ରାସ୍ତା ନାହିଁ ତେଣୁ ଚାରମାଳ ଠାରେ ପ୍ରତ୍ୟେକ ଦିନ ବାରମ୍ବାର ଜାତୀୟ ରାଜପଥ ଉପରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଚାରମାଳ ଠାରେ ଜାତୀୟ ରାଜପଥ ରେ ସଠିକ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଚାରମାଳ ଡାକ୍ତରଖାନା କୁ ପାଣି ପଶି ଅପରିଷ୍କାର ହେବା ସଙ୍ଗେ ସଙ୍ଗେ ରୋଗୀ ଯିବା ଆସିବାରେ ଅସୁବିଧା ହେଉଛନ୍ତି, ସେରନି ମନ୍ଦିର ପାଖ ବ୍ରିଜ ଖାଲଖମା ଯୋଗୁଁ ଯାତାୟାତ ଅସୁବିଧା, ରାସ୍ତା କାମ ଶେଷ ନହେବା ପର୍ଯ୍ୟନ୍ତ ଟୋଲ ଗେଟ କୁ ଉଛେଦ କରାଯିବା, ପାଉଁଶ ବୋଝେଇ ଗାଡି ଜନ ଗହଳି ଏବଂ ଦୋକାନ ବଜାର ଖୋଲା ସମୟରେ ଟାଉନ ଭିତରକୁ ନଯିବା ପାଇଁ ପୂର୍ବରୁ ଆଲୋଚନା ହୋଇଥିଲେ ମଧ୍ୟ ଗୋଟେ ଦିନ ବନ୍ଦ ହେବାପରେ ପୁଣି ଚାଲୁଥିବା, ରେଢ଼ାଖୋଲ ଦେଇ ଯାଇଥିବା ୬ କିମି ରାସ୍ତା ସହର ଭିତର ଦେଇ ଯିବ କିମ୍ବା ବାଇପାସ ହେବ ତାହା ଅଞ୍ଚଳବାସୀ ଦ୍ବନ୍ଦରେ ରହିଛନ୍ତି। ଏହା ତୁରନ୍ତ ସମାଧାନ ସମ୍ପୂର୍ଣ୍ଣ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରକାଶ କରିଥିଲେ l ସରକାର ଶୀଘ୍ର ଏହି ସବୁ ସମସ୍ୟାର ସମାଧାନ ନ କଲେ ଆସନ୍ତା ଅଗଷ୍ଟ ୨୨ ତାରିଖ ଶୁକ୍ରବାର ଦିନ ସକାଳ ୬ ଘଟିକା ଠାରୁ ସଂଧ୍ୟା ୬ ଟା ସମୟ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବିଜେଡ଼ି ପକ୍ଷରୁ ରେଢ଼ାଖୋଲ ବନ୍ଦ ଡାକରା ଏବଂ ରାସ୍ତା ରୋକ କରାଯିବ ବୋଲି ବିଜେଡି ତରଫରୁ ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରକାଶ କରିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ରେଢ଼ାଖୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ବ୍ଲକ ବିଜେଡି ସଭାପତି ଉଦିତ ତ୍ରିପାଠୀ, ବରିଷ୍ଠ ବିଜେଡି ନେତା ଅରୁଣ କୁମାର ପ୍ରଧାନ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ସୁନୀଲ ପ୍ରଧାନ, ବିଜେଡ଼ି ନଗର ସଭାପତି ସିଦ୍ଧାର୍ଥ ପ୍ରଧାନ, ବିଜେଡ଼ି ଯୁବ ସଭାପତି ବିକାଶ ଦାସ, ଛାତ୍ର ସଭାପତି ଶିବଶମ୍ଭୁ ନନ୍ଦ, ବରିଷ୍ଠ ନେତା ପୁରୁଷୋତ୍ତମ ଅଗ୍ରୱାଲ, ବାସୁଦେବ ପୃଷେଠ, କାଉନସିଲର ସୁଧାଂଶୁ ଅମାତ ପ୍ରମୁଖ ସମେତ ବହୁ ସଂଖ୍ୟାରେ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ରହିଥିଲେ। ତା ସହିତ ପଦ୍ମଶ୍ରୀ ବିନୋଦ ପଶାୟତ ଙ୍କ ବିୟୋଗରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଭୀର ଶୋକ ପ୍ରକାଶ କରିଥିଲେ।
