ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ ୱାର୍ଡ ନମ୍ୱର୍ ୭ ଲାଲ ସାହେବ୍ ପଡ଼ା କୁ ସଂଯୋଗ କରୁଥିବା ଟାଉନ ବାଇପାସ୍ ସଡ଼କ ଦୂରାବସ୍ଥା ନେଇ ଦୃଷ୍ଟି ଆକର୍ଷଣ କରାଯାଇଅଛି। ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଏବଂ ନିର୍ବାହୀ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିବା ବେଳେ ଆଜି ତୁରନ୍ତ ପଦକ୍ଷେପ ଆରମ୍ଭ ହୋଇଅଛି। କ୍ରସର ଡ଼ଷ୍ଟ ପକାଇବା ସହ ଜେସିବି ରେ ସମତଳ କରିଛନ୍ତି। ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ତୁରନ୍ତ ପଦକ୍ଷେପ ନେଇ ଥିବାବେଳେ ଅଞ୍ଚଳ ବାସୀ କୃତଜ୍ଞତା ଜଣାଇଛନ୍ତି। ଖଡିଆଳ ମହିଳା ଡିଗ୍ରୀ କଲେଜ୍, ମୋଡେଲ ଡିଗ୍ରୀ କଲେଜ ଏବଂ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ତିନି ଗୋଟି ଶିକ୍ଷା ଅନୁଷ୍ଠାନ ର ୧୦୦୦ ଛାତ୍ର ଛାତ୍ରୀ ଯାତାୟତରେ ଅନେକ ସହାୟକ ହେବ। ନଚେତ୍ ବର୍ଷା ଚାରି ମାସ ତାଙ୍କ ପାଇଁ ଏକ କଷ୍ଟସାଧ୍ୟ ହୋଇପଡ଼ି ଥାଏ।
