ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ବନ୍ଦ ଘର ଭିତରୁ ବୃଦ୍ଧ ଙ୍କ ମୃତ୍ୟୁ ଦେହ ଉଦ୍ଧାର। ମୃତ୍ୟୁ ବୃଦ୍ଧ ଜଣକ ହେଲେ ସୋର ବ୍ଲକ କେଦାରପୁର ପଞ୍ଚାୟତ ନୂଆହାଟ ଗ୍ରାମର ବନମାଳୀ ସାହୁ । ସେ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ। ଦୀର୍ଘଦିନ ଧରି ପାରିବାରିକ କଳହ ଲାଗିରହୁଥିବା ବେଳେ ଗତକାଲି ରାତିରେ ଶ୍ରୀ ସାହୁ ଖାଇପିଇ ଶୋଇଥିଲେ। ମାତ୍ର ସକାଳେ ଶୋଇବା ଘର କବାଟ ଭିତର ପଟୁ ବନ୍ଦ ଥିବାରୁ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପରେ କବାଟ ଖୋଲାଯାଇ ଶ୍ରୀ ସାହୁଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଘରୋଇ କଳିରୁ ଶ୍ରୀ ସାହୁଙ୍କୁ ତାଙ୍କ ପୁଅ ମାରିଦେଇଥିବା ଅଭିଯୋଗ ହେଉଥିବା ବେଳେ ପୁଲିସ ପ୍ରାଥମିକ ତଦନ୍ତରୁ ସେପରି କୌଣସି ଘଟଣା ଘଟିନଥିବା ସ୍ଥାନୀୟ ପୁଲିସ କହିଛି। ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଜଣାପଡିବ ବୋଲି ପୁଲିସ କହିଛି।
