ଉତ୍କଳ ପ୍ରାଣ ବ୍ରଜସୁନ୍ଦର ଦାସଙ୍କ ୧୪୫ତମ ଜୟନ୍ତୀ
ଓଡିଶା ଇତିହାସ ରେ ଉତ୍କଳ ପ୍ରାଣ ବ୍ରଜସୁନ୍ଦର ଦାସଙ୍କ ନାମ ଚିର ଜାଜୁଲ୍ୟମାନ
ବିଂଝାରପୁର , (ସ୍ମୃତିରେଖା ମଲ୍ଲିକ): ସାମ୍ପ୍ରତିକ ସମୟରେ ନାମଯଶ ପଛରେ ଧାଉଁଥିବା ମଣିଷମାନେ ବିିସ୍ମ୍ରତି ମଧ୍ୟରେ ଲୀନ ହୋଇଯିବେ ମାତ୍ର ଓଡିଆ ଅସ୍ମୀତା ଯୋଗୁ ଓଡିଶା ଇତିହାସ ରେ ଉତ୍କଳ ପ୍ରାଣ ବ୍ରଜସୁନ୍ଦର ଦାସଙ୍କ ନାମ ଚିର ଜାଜୁଲ୍ୟମା. ହୋଇ ରହିବେ ବୋଲି. ଉତ୍କଳ ପ୍ରାଣ ବ୍ରଜସୁନ୍ଦର ଦାସଙ୍କ ୧୪୫ତମ ଜୟନ୍ତୀ ସମୀରୋହରେ ଯୋଗଦେଇ ବକ୍ତା ଓ ଅତିଥିମାନେ ମତବ୍ୟକ୍ତ କରିଥିଲେ ା ବିଞ୍ଝାପୁର ବ୍ଲକର ସୟଦପୁର ଠାରେ ଅବସ୍ଥିତ ବ୍ରଜସୁନ୍ଦର ହାଇସ୍କୁଲ ପରିସରରେ ଉତ୍କଳ ପ୍ରାଣ ବ୍ରଜସୁନ୍ଦର ସ୍ମ୍ରୁତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ କମିଟିର ସଭାପତି ତଥା ଶିକ୍ଷକ ନେତା ପିତାମ୍ବର ସ୍ବାଇଁ ସଭାପତିତ୍ବ କରିଥିଲେ ା ସମାରୋହର ଉଦଘାଟକ ଭାବରେ ଆଧ୍ୟାମ୍ମିକ ଗୁରୁ ତଥା ନାମମନ୍ଦିର ଅଧ୍ୟକ୍ଷ ଶ୍ରୀମଦ୍ ବାବା ସଚ୍ଚିଦାନନ୍ଦଜୀ ମହାରାଜ ଯୋଗଦେଇ ସଭାମଞ୍ଚର ଉଦଘାାଟନ କରିଥିଲେ . ା ଗୁରୁ ସୁଧାଂଶୁ ମଲ୍ଲିକଙ୍କ ନିର୍ଦ୍ଦେଶନାରେ ସ୍ବାଗ. ସଙ୍ଗୀତ ଓ ନ୍ରୁତ୍ୟ ପକିବେଷିତ ହୋଇଥିଲା ା ମୁଖ୍ୟ ଅତିଥି ଭବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ସ୍ତମ୍ଭକାର ମନୋରଞ୍ଜନ ମହାନ୍ତି ମୁଖ୍ୟବକ୍ତା ଭାବରେ ପ୍ରାଧ୍ୟାପକ ଦାମୋଦର ବେହେରା ଯୋଗଦେ. ଉତ୍କଳ ପ୍ରାଣ ବ୍ରଜସୁନ୍ଦରଙ୍କ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ ା ସମ୍ମାନୀତ ଅତିଥି ଭାବର. ଡ. ବିଜୟ କିଶୋରବସାମଲ, କାମେଶ୍ବର ପଣ୍ଡା,ପଞ୍ଚାନନ ବେହେରା ସମ୍ମାନୂତ ଅତିଥି ଭାବରେ ଯୋଗଦାନ କରିଥିଲେ ା ସମ୍ପାଦକ ମଧୁସୂଦନ ଯେନା ଅତିଥି ପରିଚୟ, ସ୍ବାଗତ ସମ୍ଭାଷଣ ସହିତ ଉତ୍କଳ ପ୍ରାଣ ବ୍ରଜସୁନ୍ଦର ସ୍ମ୍ରୁତି କମିଟିର ବିବରଣୀ ଉପସ୍ଥାପନ କରିଥିଲେ ା ସମ୍ମାନୀତ ବକ୍ତା ଭାବରେ ପୂର୍ବତନ ସରପଞ୍ଚ ପ୍ରଦୀପ ମଲିକ, ବିପିନ ବିହାରୀ ବଳ, ଶ୍ରୀକାନ୍ତ ପ୍ରଧାନ, ର୍ରଦୀର ମଲ୍ଲିକ,ଲକ୍ଷ୍ମୂକାନ୍ତ ସ୍ବାଇଁ, ସୁବାସଚନ୍ଦ୍ର ଦାସ,ଆଦିତ୍ୟମିଶ୍ର, ସଂଗ୍ରାମ ପାତ୍ର, ବାବାଜୀ ଚରଣ ମଲିକ, ଲକ୍ଷ୍ମୀନାରାୟଣ ମଲିକ ପ୍ରମୁଖ ଯୋଗଦେଇଥିଲେ ା ବିଶିଷ୍ଟ ସାରସ୍ବତ ସାଧକ ପ୍ରାଧ୍ୟାପକ ଡ.ବିଜୟ କିଶୋର ସାମଲଙ୍କୁ ମାନପତ୍ର ସହ ସଶ୍ରଦ୍ଧ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା ା ଏଥି ସହିତ ସମବାୟବିତ୍ ନିହାରକାନ୍ତ ସ୍ବାଇଁ, ସମାଜସେବୀ ସଂଗ୍ରାମ ପାତ୍ର, ଲକ୍ଷ୍ମୀନାରାୟଣ ମଲିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |
