
ସିଂହପୁର ଜଳସମ୍ପଦ ବିଭାଗରେ କାର୍ଯ୍ୟରେ ଅନିୟମିତତା
ଯାଜପୁର , ସରୋଜ କୁମାର ଧଳ) : ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଜଳସମ୍ପଦ ବିଭାଗ ଏକ ଭରଷା ଯୋଗ୍ୟ ବିଭାଗ , କାରଣ ସିଂହପୁର ଜରି, ବାଙ୍ଗରା ଓ ଓଳେଇ ଚନ୍ଦନପୁର ବନ୍ୟା ପ୍ଲାବିତ ଅଞ୍ଚଳ | ଏଠି ସରକାରଙ୍କର ଜଳସମ୍ପଦ ବିଭାଗର ଯେଉଁ ଅଫିସ ରହିଛି , ତାହା ସିଂହପୁର ବଗମରା ପଏଣ୍ଟ ଠାରୁ ଠାକୁରାଣୀ ପାଳ ପର୍ଯ୍ୟନ୍ତ ଦେଖାରଖା କରିବା ପାଇଁ ସିଂହପୁର ଜଳସମ୍ପଦ ବିଭାଗ ଅଫିସ ଟି ଅଛି | ଏହି ଅଫିସ ନବୀନ ପାଣିଗ୍ରାହୀ କନିଷ୍ଟ ଯନ୍ତ୍ରୀ ଥିବାବେଳେ ଅଫିସ ଗୃହ ଏବଂ ଅତିଥିଶାଳା ସୁଚାରୁରୂପେ କାର୍ଯ୍ୟ କରାଯାଇ ଅଫିସ ଟିର ସୌଦର୍ଯ୍ୟ ବର୍ଦ୍ଧନ କରୁଥିଲା କିନ୍ତୁ ବର୍ତ୍ତମାନ କାର୍ଯ୍ୟାଳୟ ଟି ଯେତେବେଳେ ଭୁତକୋଠି ସାଜିଲା , ସେତେବେଳେ ବିଭାଗର ଚେତା ପଶିଲା | ବର୍ତ୍ତମାନ ବିନା ନାମ ଫଳକରେ ଯେଉଁ ଲକ୍ଷ ଲକ୍ଷ ଟଙ୍କାର ଗୃହ କାର୍ଯ୍ୟ କରାଯାଉଛି , ସେହି ସାମଗ୍ରୀ ଗୁଡିକ ଅତି ନିମ୍ନ ମାନର ଓ ଗୁଣବତ୍ତାର ଅଭାବ | ବିଶେଷ କରି କଣଛନ୍ଦା ପୋଲଠାରୁ ନୁଆମାହାରା ପର୍ଯ୍ୟନ୍ତ ବିଭାଗୀୟ ନଦୀବନ୍ଧ ଟି ମରଣଜନ୍ତା ପାଲଟିଛି | ସେଥିପ୍ରତି ବିଂଝାରପୁର ଜଳସମ୍ପଦ ବିଭାଗ ନିଦାବିଷ୍ଣୁ ସାଜିଛି | ଏଠିକାର କନିଷ୍ଠ ଯନ୍ତ୍ରୀ ତପସ୍ୱନୀ ସାହୁ ଠିକ ସମୟରେ ଅଫିସକୁ ଆସୁନାହାନ୍ତି ବୋଲି ସ୍ତାନୀୟ ଲୋକେ ମନ୍ତବ୍ୟ ଦେଇଛନ୍ତି | ଅଧିକାରୀଙ୍କ ଅନୁପସ୍ଥିତିରେ ଠିକାଦାର ପୋଷଣ ଓ ବିଭାଗୀୟ ଅଧିକାରୀଙ୍କ ମିଲିଭଗତ ରେ କାର୍ଯ୍ୟଗୁଡିକ ରବିବାର ଓ ଛୁଟି ଦିନ ମାନଙ୍କରେ ମଧ୍ୟ ଚାଲୁ ରହିଛି | ଏଣୁ ଏହି ବନ୍ୟା ସମୟରେ ଅଫିସରଙ୍କ ଅନୁପସ୍ଥିତି କୁ ସାଧାରଣରେ ବିଭାଗୀୟ ଉଚ୍ଚ ପଦାଧିକାରୀ , ଏସ ଆର ସି ତଥା ଜିଲ୍ଲାପାଳ ଙ୍କ ନିକଟରେ ସ୍ଥାନୀୟ ଲୋକ ତୁରନ୍ତ ପଦକ୍ଷପ ନେବାକୁ ଦାବି କରିଛନ୍ତି |