ଆଦର୍ଶ ଯୁବ ପରିଷଦର”ସବୁଜ ସୋର, ସବୁଜ ଓଡ଼ିଶା” ବୃକ୍ଷରୋପଣ ଅନୁଷ୍ଠିତ
ସୋର(ଭଞ୍ଜଦୂତ, ନିପ୍ର): ଗଛ ବିନା ଜୀବନ ଅସମ୍ଭବ, ଗଛ ବିନା ବଞ୍ଚିବା କଷ୍ଟକର। ଏଣୁ ନିଜ ଅଞ୍ଚଳରେ ସବୁ ଆଡ଼େ ବୃକ୍ଷରୋପଣ କରିବାର ବାର୍ତ୍ତା ବହନ କରି ରାଜ୍ୟ ତଥା ସୋରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ର ‘ସବୁଜ ସୋର ସବୁଜ ଓଡ଼ିଶା’ ମାଧ୍ୟମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୋର ବ୍ଲକ ନଟାପଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ସୋର ବ୍ଳକ ନଟାପଡ଼ା ଗ୍ରାମରେ ଚନ୍ଦନ ପୋଖରୀ ର୍ପାଶ୍ୱରେ ଥିବା ଏକ ନୂତନ ଛୋଟ ସବୁଜ ବନାନୀରେ ୩୦ଟି କୃଷ୍ଣଚୁଡା,ରାଧାଚୁଡା,ଶିଶୁ, ଜାମୁ, ପିଜୁଳି ଚାରା ରୋପଣ କରାଯାଇଥିଲା। ଏହି ସମୟରେ ଗ୍ରାମବାସୀଙ୍କ ତରଫରୁ ନିରଞ୍ଜନ ମହାନ୍ତି, ହିମାନ୍ଦ୍ରି ମହାନ୍ତିଙ୍କ ସହିତ ସଭାପତି ପୃଥିବୀ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ସତ୍ୟବ୍ରତ ବେହେରା, ଯଦୁନାଥ ଧଡ଼ା,ରମାକାନ୍ତ ସ,ତୁଷାର ଜେନା, ମନ୍ମଥ ଜେନା, ମୃତ୍ୟୁଞ୍ଜୟ ଦାସ, ସୁନିଲ ବେହେରା,ମାନସ ଘୋଡ଼ା,ରଞ୍ଜିତା ଅଗସ୍ତି, ପ୍ରମିଳା ରାଉତ,ନିବେଦିତା ପୋଇ, ମୀନାରାଣୀ ଜେନା ବୃକ୍ଷରୋପଣ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ପରିଷଦ ତରଫରୁ ବରିଷ୍ଠ ସଦସ୍ୟ ତଥା ସାମ୍ବାଦିକ ଅଞ୍ଜନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
