
ଯାଜପୁର /ବିଂଝାରପୁର (ସ୍ମୃତିରେଖା ମଲ୍ଲିକ) : ଧାନ ମଣ୍ଡିରେ ଚାଷୀଙ୍କ ସମସ୍ୟା ସୁଧୁରୁନି। ନିର୍ଦ୍ଧାରିତ ସମୟ ମଧ୍ୟରେ ଟୋକନ ରଦ୍ଦ ପୂର୍ବରୁ ମିଲର ଗାଡି ନପଠାଇବାରୁ ମଣ୍ଡିରେ ଧାନ ପଡ଼ିରହିଛି । ଏହାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ ପାଇଛି। କେଉଁଠି ରାସ୍ତା ଅବରୋଧ ତ ଅନ୍ୟ କେଉଁଠି ଧାରଣା, ବିକ୍ଷୋଭ ଲାଗି ରହିଛି। ସରକାର ଏଦିଗରେ ଆବଶ୍ୟକ ପଦକ୍ଷେପ ନିଅନ୍ତୁ।
ଅନ୍ନଦାତା ଖୁସି ରହିଲେ ସଭିଙ୍କ ମଙ୍ଗଳ ହୁଏ ବୋଲି ଗୌତମ ରାୟ କହିଛନ୍ତି। ଯାଜପୁର ଜିଲା ବିଜେପି ସଭାନେତ୍ରୀ ଦେବଜାନୀ ପ୍ରଧାନ, ବିଧାୟକ ହିମାଂଶୁ ଶେଖର ସାହୁ, ଗୌତମ ରାୟ, ଉମେଶ ଚନ୍ଦ୍ର ଜେନା ପ୍ରମୁଖ ବିଜେପି ନେତା ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଭେଟି ସୃଷ୍ଟ ସମସ୍ୟାର ସମାଧାନ କରିବାକୁ ଜଣାଉଛନ୍ତି। ଏଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।