ଘରଇ ନର୍ସିଙ୍ଗ କଲେଜ ର ମାଲିକ ଙ୍କୁ ବ୍ଲାକମେଲିଙ୍ଗ କରି ସାମ୍ବାଦିକ ହଟହଟା…
ମୟୁରଭଞ୍ଜ ବାରିପଦା, ଭୁବନେଶ୍ୱର ସ୍ଥିତ ଏୟାରପଟ ଥାନା ର ପୋଲିସ ବୁଧବାର ବାରିପଦା ରୁ ନକଲି CBI ଇନିସ୍ପେକ୍ଟର ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଜଣେ ସାମ୍ବାଦିକ ଙ୍କୁ ଗିରଫ କରିଥିବାର ସୂଚନା ହସ୍ତଗତ ହୋଇଛି। ଗିରଫ ସାମ୍ବାଦିକ ଜଣଙ୍କ ହେଲେ ପ୍ରବୀର ବାରିକ, ସେ ଭୁବନେଶ୍ୱର ରୁ ପ୍ରକାଶିତ ଓଡ଼ିଆ ଖବର କାଗଜ ଦଂଶନ ର ମୟୁରଭଞ୍ଜ ଜିଲ୍ଲା ପ୍ରତିନିଧି ଅଟନ୍ତି.
ଏକ ଘରେଇ ନର୍ସିଙ୍ଗ କଲେଜ ନିର୍ଦ୍ଦେଶକ ତଥା ଦୈନିକ ଖବର କାଗଜ ଅନୁଧ୍ୟାନ ର ସମ୍ପାଦକ ଏବଂ ସମାଜ ସେବୀ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ସେଠି ( ଭୁବନେଶ୍ୱର ରାଜେନ୍ଦ୍ର ବିହାର ଆପାର୍ଟମେଟ ବାସିନ୍ଦା )ଙ୍କୁ ଅଭିଯୁକ୍ତ ଜଣଙ୍କ ନିଜକୁ କ୍ରାଇମବ୍ରାଞ୍ଚ ଇନିସ୍ପେକ୍ଟର ବୋଲି ପରିଚୟ ଦେଇ, ଶ୍ରୀଯୁକ୍ତ ସେଠି ଙ୍କୁ ଧମକ ଚମକ ଦେଇଥିବାର ଅଭିଯୋଗ ହୋଇଛି ,।
ଅଭିଯୋଗ ଅନୁଯାଇ କିଛି ଦିନ ପୂର୍ବରୁ ମୋବାଇଲ ନଂ- ୭୯୭୮୯୪୬୮୯୧ ଓ ୯୦୭୮୮୦୨୯୩୧ ରୁ ଯୋଗାଯୋଗ କରି ଏଆଇ ଏଡିଟିଙ୍ଗ ଅଶୀଳ ଫୋଟ ଓ ଭିଡିଓ Whatsaap ମାଧ୍ୟମରେ ଦେଖାଇଥିଲେ, ଏଥିରେ ଶ୍ରୀଯୁକ୍ତ ସେଠି ଏବଂ ଏକ ଯୁବତୀ ଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫୋଟ ଓ ଭିଡିଓ ଦେଖାଯାଇଥିଲା, ଅଭିଯୁକ୍ତ ସାମ୍ବାଦିକ ଜଣଙ୍କ କହିଥିଲେ ଯେ ଏହି ଫୋଟ ଓ ଭିଡିଓ ସସିଆଲ ମିଡ଼ିଆ ରେ ପ୍ରଚାର କରାଯିବ ଏବଂ ତାଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଦାଖଲ କରାଯିବ,। ଯଦି ନିଜର ସମ୍ମାନ ରକ୍ଷା କରିବା ପାଇଁ ଚାହୁଁଛନ୍ତି ତାହେଲେ ଦୁଇ ଲକ୍ଷ୍ୟ ଟଙ୍କା ଦିଅନ୍ତୁ ବୋଲି ବାରମ୍ବାର ଫୋନ କରି ଧମକ ଦେଇଥିଲେ.। ଏଥିରେ ଅଭିଯୁକ୍ତ ସାମ୍ବାଦିକ ଙ୍କ ପତ୍ନୀ ପ୍ରତିମା ବାରିକ ମଧ୍ୟ ସାମିଲ ଥାଇ ଶ୍ରୀଯୁକ୍ତ ସେଠିଙ୍କୁ ଫୋନ ଯୋଗେ ବ୍ଲାକମେଲିଙ୍ଗ କରିଥିଲେ.। ଏହି ଘଟଣା ୧୦ ଜୁଲାଇ ରୁ ୧୬ ଜୁଲାଇ ୨୦୨୬ ମଧ୍ୟ ରେ ଘଟିଥିବା ବେଳେ ୨୦ ଜୁଲାଇ ୨୦୨୬ ରେ ଶ୍ରୀ ଯୁକ୍ତ ସେଠି ଏୟାରପଟ ଥାନା ରେ
କେସ୍ ନଂ -୦୩୩୦ ରେ ଏକ ଏଫ ଆଇ ଆର ଦାଖଲ କରିଥିଲେ, ଏଥିରେ ଭାରତୀୟ ନ୍ୟାୟ ସଂହୀତା ବି ଏନ ଏସ ୨୦୨୩ ର ଧାରା – ୨୯୬, ୩୫୧(୨), ୩୦୮(୨), ୩୧୯(୨), ୩(୫), ସହିତ ଅନୁସୂଚିତ ଜାତି ଅନୁସୂଚିତ ଜନ ଜାତି ( ଅତ୍ୟାଚାର ନିବାରଣ ଆଇନ ଏବଂ ସୂଚନା ପ୍ରଯୁକ୍ତି ଆଇନ) ର ଧାରା – ୬୭(A) ଅନୁସାରେ ମାମଲା ପଞ୍ଜିକୃତ ହୋଇଛି, ଏଥିରେ ପ୍ରବୀର ଙ୍କ ପତ୍ନୀ ମଧ୍ୟ ଅଭିଯୁକ୍ତ ଅଟନ୍ତି, ଏୟାରପଟ ପୋଲିସ ଚଢ଼ାଉ ପାଇଁ ଆସିଥିବା ବେଳେ ସାଥିରେ ମହିଳା ପୋଲିସ ନଥିବାରୁ ପ୍ରତିମା ବାରିକ ଙ୍କୁ ପରବର୍ତ୍ତୀ ସମୟ ରେ ଗିରଫ କରାଯିବ ବୋଲି ଭୁବନେଶ୍ୱର ଏୟାରପଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ମୟୂରଭଞ୍ଜରୁ ଶୁଭାଶିଷ ଚୌଧୂରୀଙ୍କ ସହ ମୋନାଲି ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
