
ବସ୍ତା (ଏସ୍.କେ ଆଜାରୁଦ୍ଦିନ୍):-
ବସ୍ତା ଥାନା ମୁକୁଳିସ ପଞ୍ଚାୟତ ରେଣୁପଦାଆଦିବାସୀ ସାହିର ଦୁଇ ପରିବାରକୁ ପାରିବାରିକ ଘଟଣାକୁ କେନ୍ଦ୍ରକରି ମାରପିଟ ସାହିରୁ ବାସନ୍ଦ ତ୍ରିବାଦରେ ଆଜି ସିଦକାହ୍ନୁ ଯୁବକ ସଂଘ ପକ୍ଷରୁ ବାହାର୍ଦ୍ଦା ଡାକ ବଙ୍ଗଳା ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରଜନୀକାନ୍ତ ମୁର୍ମୁ (୪୨) ଓ ସେହି ସାହିର ମକରା ମୂର୍ମୁ (୫୧) ବିଗତ ୧ମାସ ବିତିଯାଇଛି ଥିଲେ ମଧ୍ଯ ସିଂଲା ଥାନା ଏବଂ ବସ୍ତା ଥାନାରେ ଏତଲା ଦେଇଥିଲେ। ଏଇ ଦୁଇ ପରିବାରକୁ ସାହିର ଲୋକମାନେ ସଂଘ ବଦ୍ଧ ଭାବ ଆକ୍ରମଣ କରିବା ସହିତ ଜୋର ଜବରଦସ୍ତ ଘରୁ ଉଠାଇଆଣି ହାତ ଗୋଡ଼ ବାନ୍ଧି ମାଡ ମାରିରିଲେ। ଫଳରେ ଚେତା ଶୂନ୍ୟ ଅବସ୍ଥାରେ ସ୍ଥାନୀୟ ପରିବାର ଲୋକେ ଡାକ୍ତର ଖାନାକୁ ନେଇଥିଲୁ। ଡାକ୍ତର ଖାନାରୁ ଫେରିବା ପରେ ବସ୍ତା ଓ ସିଂଲା ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ହେଲେ ଦିର୍ଘଦିନ ବିତିଯାଇଥିଲେ ମଧ୍ଯ ଏ ପର୍ଯ୍ଯନ୍ତ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ।ଯାହା ଫଳରେ ଉକ୍ତ ଦୁଇ ପରିବାର ସାହିରୁ ବାଛନ୍ଦ ହେବା ସହିତ ନିଜ ଘର ଛାଡି ଜିବନ ଭୟରେ ଅନ୍ଯତ୍ର ରହୁଛନ୍ତି। ତାଙ୍କ ଜିବନ ପ୍ରତି ବିପଦ ଅଛି। ଗଣ୍ତଗୋଳ ଓ ଆକ୍ରମଣ କରିଥିବା ଅଭିଯୁକ୍ତ -ଗଜାନନ ମୁର୍ମୁ, ଉଦୟ ସୋରେନ, ହରିଆଣା ମୁର୍ମୁ, ବାଣ୍ଠୁ ମୁର୍ମୁ, କାଟିଆ ବାସ୍କେ, ହରିଆ ମୁର୍ମୁ, ବୁଧିଆ ହାଁସଦା, ଘୁଂଟିଆ ମୁର୍ମୁ, ମଦନ ମୁର୍ମୁ, ସୁକୁଲ ସରେନା, ଜଳଧର ମୁର୍ମୁ, କୁମ୍ଭ ମୁର୍ମୁ, ଦୁନ୍ଧା ବାସ୍କେ ଏବଂ ସ୍ତ୍ରୀ ଲୋକ ହେଲେ ଅଲଦି ମୁର୍ମୁ, ପାନ ମୁର୍ମୁ, ତୁଳସୀ ମୁର୍ମୁ, ସବିତା ମୁର୍ମୁ ଆଦି ମାନେ ନିର୍ଦୋଷ ଦର୍ଶାଇ ଖୋଲମ ଖୋଲା ବୁଲୁଛନ୍ତି। ଏଇ ମାନଙ୍କ ବିରୁଦ୍ଧରେ ଦୃଢକାର୍ଯ୍ଯାନୁଷ୍ଠାନ ୭ଦିନ ମଧ୍ଯରେ ପୁଲିସ ନ ନେଲେ ଦୁଇପରିବାର ଥାନା ଆଗରେ ଅମରଣ ଅନସନ ରେ ବସିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।ସୂଚନା ମୁତାବକ ଏହି ଗାଁର ରତିକାନ୍ତ ମୁର୍ମୁ ଙ୍କ ଝିଅ ଚୁମକି ମୁର୍ମୁ ଏବଂ ବାଦ୍ର ମୁର୍ମୁଙ୍କ ପୁଅ ବନା ମୁର୍ମୁ, (1)-ଚୁମକି ମୁର୍ମୁ ଆଉ ବନା ମୁର୍ମୁ ଏ ଦୁହିଁଙ୍କ ମଧ୍ଯରେ ପ୍ରେମସମ୍ପର୍କ ଗଢି ଉଠିଥିଲା ପରେ ଦୁଇଯଣ ଗୁଜୁରାଟ ପଳାଇ ଯାଇଥିଲେ। ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ତେବେ ସମ୍ପର୍କରେ ଦୁଇଜଣ କାକା ଝିଆରୀ ଅଟନ୍ତି। ଏମାନେ ଏବେ ନିଜ ଘରକୁ ଆସିଲେ ଏବଂ ଗାଁ ମୁଖିଆ ବା ମାଝୀ ବାବା ବୁଧିଆ ହାଁସଦାଙ୍କୁ ଦୁହେଁ ଦୁହିଁ ଙ୍କର ବିବାହ ସମ୍ପର୍କ ବିଷୟରେ କହି ବା ପରେ ସାହି ରେ ଉତ୍ତେଜନା ପ୍ରକାଶ ପାଇଥିଲା। ହେଲେ ଗାଁ ମୁଖିଆ ମୋତେ ଚିନ୍ତା କରିବାକୁ ଦିଅ ମୁଁ ଗାଁ ସାହି ପଡିଶାକୁ ବୁଝି କହିବି ।ଏଲେ ହଠାତ ଗାଁର କିଛି ଲୋକ ବସି ବାହାଘର ଏବଂ ଏକୁସିଆ ବାବଦରେ ଆଲୋଚନା କଲେ। କିଛି ଲୋକ ସେ କାମକୁ ସମର୍ଥନ କଲେ ଆଉ କିଛି ଲୋକ ବିରୋଧ କଲେ ଯେଉଁ ମାନେ ବିରୋଧ କଲେ ସେମାନେ ଅନ୍ଯମାନଙ୍କୁ ବୈଠକରୁ ପଳାଇଜାଅ ବଲି କହିଲେ ନ ଗଲେ ଆମେ ତମକୁ ଏଠୁ ଘଉଡ଼ାଇ ଦେବୁ ଏବଂ ସେମାନେ ପଳାଇ ଆସିଲେ | ସେହି ଦିନ ସଂନ୍ଧା ସମୟ ରେ ସାନ୍ତାଳୀ ରୀତିନୀତି ରେ ଚୁମକି ମୁର୍ମୁ ବନା ମୁର୍ମୁ ର ବିବାହ ସମ୍ପନ୍ନ ହେବାପରେ।ରେଣୁପଦା ଗାଁ ର ଦୁଇ ପରିବାର କୁ ଆକ୍ରମଣକରାଗଲା ।ଯାହାଫଳରେମୂର୍ମୁ ପରିବାର ନ୍ଯାୟପାଇଁ ଥାନାର ଦ୍ବାରସ୍ଥ ହେବା ସହିତ ସଂଘର ସଭାପତି ବୈଦ୍ଯନାଥ ମୂର୍ମୁ ସମାଜସେବୀ ବାବୁଲି ମାଝୀ, କୁନା ମାରାଣ୍ତି, ଗୋଲାପ ମାଝୀ, କାର୍ତ୍ତିକ ମାରାଣ୍ତି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତୀ।