*ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ପକ୍ଷ ରୁ ଜଙ୍ଗଲ ଜମି ଆଇନ ୨୦୦୬ ଅନୁଯାୟୀ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବୀ ସହ ବିଭିନ୍ନ ଦାବୀ ନେଇ ଖଡ଼ିଆଳ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ କୁ ଘେରାଉ କରିଛନ୍ତି*
ନୂଆପଡା(ମିଖାଏଲ ନନ୍ଦ)
ତା:୦୩.୧୧.
ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ପକ୍ଷ ରୁ ଜଙ୍ଗଲ ଜମି ଆଇନ ୨୦୦୬ ଅନୁଯାୟୀ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବୀ ସହ ବିଭିନ୍ନ ଦାବୀ ନେଇ ଖଡ଼ିଆଳ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ କୁ ଘେରାଉ କରିଛନ୍ତି।ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ରୁ ଶୋଭାଯାତ୍ରା ବାହାରି ଖଡ଼ିଆଳ ନଗର ପରିକ୍ରମା କରିଥିବା ବେଳେ ଖଡ଼ିଆଳ ଡିଏଫଓ କାର୍ଯ୍ୟାଳୟ ପହଞ୍ଚିଥିଲା। ଡିଏଫ ଓ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଅଛି। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ନେତୃତ୍ୱ ରେ ଆଦିବାସୀ ସମୂହ ଏକତ୍ର ହୋଇ ୪ ଦଫା ଦାବୀ ପୂରଣ କରିବାକୁ ଦାବୀ କରିଛନ୍ତି। ଖଡ଼ିଆଳ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହି ବିକ୍ଷୋଭ ସଭା ରେ ଯୋଗଭଟ୍ଟା ଗ୍ରାମର ତୁଳସୀ ରାମ ମାଝୀ, ସିନାପାଲି ବ୍ଲକ ସଭାପତି ହନୁରାମ ମାଝୀ, ଖଡ଼ିଆଳ ବ୍ଲକ ପିଙ୍ଗଳ ମାଝୀ, ସିନାପାଲି ବ୍ଲକ ମନୋହର ମାଝୀ, , ମେଘନାଥ ଖରସେଲ, ଆଇନଜୀବୀ ହିରାଲଲା ମାଝୀ, ଚୈତନ୍ୟ ମାଝୀ ଯୋଗ ଦେଇଥିଲେ। ଜଙ୍ଗଲ ଜମି ମୁକ୍ତି ଆନ୍ଦୋଲନ କମିଟି ପକ୍ଷ ରୁ ୪ ଦଫା ଦାବୀ ନେଇ ଆଜି ଘେରାଉ କରିଛନ୍ତି। ୮ ହଜାର ଜଙ୍ଗଳ ଜମି ପଟ୍ଟା କୁ ଭୂଲେଖ ସଂଶୋଧନ, ୨୨ ଗୋଟି ଗୋଷ୍ଠୀ ଗତ ସମ୍ବଳ ଅଧିକାର ପ୍ରଦାନ, ଅନ ଆଦିବାସୀ ଙ୍କୁ ପଟ୍ଟା ପ୍ରଦାନ,
