Sulga, ଧୁମ୍ ଧାମରେ ପାଳନ ହେଲା ଡେଙ୍ଗାଗୁଡା ପ୍ରଭୁ ବୁଢ଼ାରଜା ଙ୍କ ଦଶହରା। Anchor, କୋକସରା ୩/୧୧(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର ) ଦେବାଦେବୀଙ୍କ ମାମୁଁ ଭାବେ ପରିଚିତ ଡେଙ୍ଗାଗୁଡା ଆରାଧ୍ୟ ଦେବତା ବୁଢ଼ାରଜା ଙ୍କ ବାର୍ଷିକ ଦଶହରା ଯାତ୍ରା ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଛି।ଭକ୍ତଙ୍କ ଗହଣରେ ହଲି ଝୁଲି ଦେବତାଙ୍କ ଆଗମନ, ବିଭିନ୍ନ ଗ୍ରାମ ଲାଠି ଶୋଭାଯାତ୍ରା,କାଳିସୀଙ୍କ ଆବିର୍ଭାବ ଓ ପାରମ୍ପରିକ ବାଦ୍ୟନାଦ ରେ ସମଗ୍ର ଡେଙ୍ଗାଗୁଡା ଅଞ୍ଚଳ ଭକ୍ତିମୟ ହୋଇ ଉଠିଥିଲା।ଜୟ ବୁଢ଼ାରଜା ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ଯାତ୍ରାସ୍ଥଳା ପାରମ୍ପାରିକ ରୀତିନୀତି ଅନୁଯାୟୀ ବୁଢ଼ାରଜା ପୀଠରେ ଶୁକ୍ଳ ଭୋଗ ଏବଂ ପାର୍ଶ୍ଵ ଦେବାଦେବୀଙ୍କ ନିକଟରେ ରକ୍ତ ଭୋଗ ଅର୍ପଣ କରାଯାଇଥିଲା। ପୀଠରେ ଥିବା ଦୁଇଟି ଲିଙ୍ଗ ମଧ୍ୟରୁ ଗୋଟିଏ ରେ ନଡିଆ ଧୂପ ଓ ମୁଆଁ ଆଦି ଶୁକ୍ଳ ଭୋଗ ଅର୍ପଣ କରାଯାଇଥିବା ବେଳେ ଅନ୍ୟଟିରେ ରକ୍ତଭୋଗ ଦିଆଯାଇଥିଲା।ପୂରଣ ପାଇଁ ଭକ୍ତମାନେ ଆଣିଥିବା ପଶୁପକ୍ଷୀ ଙ୍କୁ ମନ୍ଦିର ପାର୍ଶ୍ଵରେ ଥିବା ଜେନାବୁଢା ପୀଠରେ ପାରମ୍ପାରିକ ରୀତିରେ ବଳି ଦିଆଯାଇଥିଲା। ପୂର୍ବ ପରମ୍ପରା ଅନୁଯାୟୀ ମନ୍ଦିର ପୂଜକ ଲାବାନ୍ୟ ପୁଝାରୀ ଙ୍କ ଘରୁ ମଧ୍ୟାହ୍ନ ୧୧ଟା୩୦ ମିନିଟରେ ଏକ ବିରାଟ ଲାଠି ଶୋଭାଯାତ୍ରା ବାହାରି ବୁଢ଼ାରଜା ମନ୍ଦିରରେ ପହଞ୍ଚିଥିଲା। ହଜାର ହଜାର ଭକ୍ତ ଓ ଦର୍ଶକଙ୍କ ଉପସ୍ଥିତିରେ ଶହ ଶହ ପଶୁପକ୍ଷୀଙ୍କ ରକ୍ତଭୋଗ ଅର୍ପଣ କରାଯାଇଥିଲା।ଏହି ପାରମ୍ପରିକ ରୀତିନୀତି କୁ ଦେଖିବା ପାଇଁ ଯାତ୍ରା ସ୍ଥଳରେ ପ୍ରବଳ ଜନ ଗହଳି ଲାଗି ରହିଥିଲା। ସନ୍ଧ୍ୟାରେ ବୁଢ଼ାରଜା ସାଂସ୍କୃତିକ ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା ଓ ବୁଧବାର ଦିନରେ ନାଟ୍ୟ ଆୟୋଜନ ହୋଇଥିଲା। ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜ ନୃତ୍ୟ ଓ କଳା ପରିବେଷଣ କରି ହଜାର ହଜାର ଦର୍ଶକ ଙ୍କୁ ବିମୋହିତ କରିଥିଲେ। ଯାତ୍ରାରେ ବିପୁଳ ଜନସମାଗମ କୁ ଦୁଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ଭିଡ ନିୟନ୍ତ୍ରଣ ଉପରେ ସ୍ବତନ୍ତ୍ର ନଜର ରଖାଯାଇଥିଲା। ଏହି ଯାତ୍ରାରେ ସଭାପତି, କିଶୋର କୁମାର ନାଏକ,ଉପ ସଭାପତି,ହାତୀରାମ ପୂଝାରୀ, ସମ୍ପାଦକ ନିଳାମ୍ବର ଛତ୍ରିଆ, ସହ ସମ୍ପାଦକ, ବିରେନ୍ଦ୍ର ପୂଝାରୀ, କୋଷାଧ୍ୟକ୍ଷ, କିଶୋର କୁମାର ମେହେର, ସହ କୋଷାଧ୍ୟକ୍ଷ,ତାରାଚନ ମେହେର, ଶଶୀଭୁଶଣ ମାଝୀ,ରାମ ସିଂ ମାଝୀ, ଦୁର୍ଯ୍ୟୋଧନ ପୂଝାରୀ,ଅମିତ ମୁହାନ୍ତି,ଟିକେଶ୍ଵର ମେହେର,ଥବିର ନାଏକ,ଗୋଳାପ ମେହେର,ଗୋବିନ୍ଦ ନାଏକ ମହନ ମାଝୀ,ସମେତ ଗ୍ରାମବାସୀ ସହଯୋଗ କରିଥିଲେ
