
କଳାହାଣ୍ଡି (ମଣ୍ଟୁ ପାଣିଗ୍ରାହୀ) : କଳାହାଣ୍ଡି ଜିଲ୍ମା ଧର୍ମଗଡ଼ ଉପଜିଲ୍ଲାପାଳ ତଥା ୨୦୨୧ ବ୍ୟାଚର ଆଇଏଏସ ଅଫିସର ଧୀମାନ ଚକମା ଲାଞ୍ଚ ନେଉଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ସୂଚନା ଅନୁଯାୟୀ ଚକମା ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକରଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଉଥିବା ବେଳେ ଭିଜିଲାନ୍ସ ଦଳ ତାଙ୍କୁ ହାତାହାତି ଧରିଥିଲେ। ଏହା ସହିତ ତାଙ୍କ ସରକାରୀ ବାସଭବନରେ ଚଢାଉ ସମୟରେ ଭିଜିଲାନ୍ସ ଦଳ ପ୍ରାୟ ୪୭ ଲକ୍ଷ ଟଙ୍କା ନଗଦ ଜବତ ସୂଚନା ମିଳିଛି।