
ବସ୍ତା (ସେଖ ଆଜାରୁଦ୍ଦିନ) : ବିଶ୍ଵ ପରିବେଶ ଦିବସ ଅବସରରେ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ବେତନଟୀ ବ୍ଲକ ଅନ୍ତର୍ଗତ ନୂଆଗାଁ ସ୍ଥିତ ନୂଆଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ଵଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ସାହୁ ସଭାପତିତ୍ବ କରିଥିଲେ। ବିଦ୍ୟାଳୟର ସଭାପତି ଦାମୋଦର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ତର୍ଯ୍ୟାମୀ ମହାପାତ୍ର କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ତଥା ସମାଜସେବୀ ସୁମନ୍ତ କୁମାର ଜେନା ଯୋଗ ଦେଇ ପଲିଥିନ୍ ବ୍ୟବହାରକୁ ନା କହିବା, ନିଜ ପରିବେଶକୁ ସ୍ଵଚ୍ଛ ରଖିବା, ନିଜ ଜନ୍ମ ଦିନରେ ଚାରା ରୋପଣ କରିବା ଓ ଏହାର ସୁରକ୍ଷା ନେବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ ବିଜୟ ଜୀ ଯୋଗ ଦେଇ ବିଶ୍ଵ ପରିବେଶ ଦିବସର ମହତ୍ତ୍ଵ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ପଣ୍ଡିତ ଜଗବନ୍ଧୁ ଶାସ୍ତ୍ରୀ, ସମୟର ଚକ୍ର ସମ୍ପାଦକ ସର୍ବେଶ୍ଵର ଜେନା, ସତ୍ୟ ନାରାୟଣ ନାୟକ, ସଞ୍ଜୟ କୁମାର ଗିରି, ଅନ୍ତର୍ଯ୍ୟାମୀ ରାଉଳ ଓ ଚକ୍ରଧର ମହାନ୍ତି ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ନିମିତ୍ତ ବୃକ୍ଷରୋପଣ ଏକମାତ୍ର ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଗାଁ ପରିବେଶକୁ ସ୍ଵଚ୍ଛ ରଖିବାକୁ ଏକ ସଚେତନତା ମୂଳକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଏବଂ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରା ରୋପଣ ହୋଇଥିଲା। ଚୈତନ୍ୟ ସାହୁ, ମିନତୀ ଖିଲାର, ଅଞ୍ଜଳି ନାୟକ, ସମ୍ବିତ ନାୟକ, ମାଳତୀ ପୃଷ୍ଟି ଓ ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ହେମନ୍ତ କୁମାର ଦାସ, ହରିଶ ଚନ୍ଦ୍ର ପ୍ରଧାନ, ଗୌରାଙ୍ଗ ସାହୁ, ରିସବ ବାରିକ, ଦୀପଙ୍କର ସିଂହ ଓ ସଚ୍ଚିନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ପୂର୍ଣ୍ଣଚନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।