
ବସ୍ତା (ସେଖ ଆଜାରୁଦ୍ଦିନ) : ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ନୂତନ ଅଧକ୍ଷ ଭାବେ ପ୍ରାଧ୍ୟାପକ ଡ: ବେଣୁଧର ବେହେରା ବୁଧୁବାର ଯୋଗଦାନ କରିଛନ୍ତି। ପ୍ରକାଶ ଥାଉ କି ଯେ, ମହାବିଦ୍ୟାଳୟର ଅଧ୍ୟକ୍ଷା ରିତା ନାୟକ ବଦଳରେ ଏହି ମହାବିଦ୍ୟାଳୟର ଗଣିତ ବିଭାଗର ପ୍ରାଧ୍ୟାପକ ଡ଼: ଶ୍ରୀ ବେହେରା ଯୋଗ ଦେଇଛନ୍ତି। ପ୍ରେସ କ୍ଲବ ବସ୍ତା ଉପ ସଭାପତି ଶିରିଶ ଚନ୍ଦ୍ର ମହାନ୍ତି ଓ ସାମ୍ବାଦିକ ସୀତାକାନ୍ତ ଦାସ ଅଧକ୍ଷ ଶ୍ରୀ ବେହେରାଙ୍କୁ ଭେଟି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟ ନିଷ୍ଠାପର ଭାବେ ତୁଲାଇବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଅଧକ୍ଷ ଶ୍ରୀ ବେହେରା। ନୂତନ ଅଧକ୍ଷ ଶ୍ରୀ ବେହେରାଙ୍କୁ ମହାବିଦ୍ୟାଳୟ ରେ ଉପସ୍ଥିତ ଥିବା ସମସ୍ତ ଷ୍ଟାଫ ଫୁଲତୋଡ଼ା ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।