
ବାଲେଶ୍ଵର/ବସ୍ତା (ସେଖ ଆଜାରୁଦ୍ଦିନ) :- ଇଦ-ଉଲ-ଜୁହା ଉପଲକ୍ଷେ ସଦର ବ୍ଲକ ଅନ୍ତର୍ଗତ ପରିଖି ପଞ୍ଚାୟତର ପନ୍ତା ସ୍ଥିତ ବଡ଼େଖାନ୍ ଗାଜୀ ପିର ବାବା ଟ୍ରଷ୍ଟ ପକ୍ଷରୁ ଉକ୍ତ ଅଞ୍ଚଳର ଗରିବ ଲୋକଙ୍କୁ ରାସନ୍ କିଟ୍ ବଣ୍ଟନ କରାଯାଇଛି। ବିକେଜି ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ଆୟୁବ ଅଲି ଖାଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଚେୟାରମେନ ସୁନୀତା ବେହେରା ଯୋଗଦେଇ ରାସନ୍ କିଟ୍ ବଣ୍ଟନ କରିବା ସହ ଆୟୋଜକଙ୍କ ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ପରିଖି ପଞ୍ଚାୟତର ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ରାଉତ ଯୋଗଦେଇ ସଭା ପରିଚାଳନା କରିବା ସହ ବିଭିନ୍ନ ସମୟରେ ଏହି ଟ୍ରଷ୍ଟ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଥିବାରୁ ସାଧୁବାଦ ଜଣାଇଥିଲେ। ଅନ୍ୟତମ ଅତିଥି ଭାବେ ସମାଜସେବୀ ଶରତ କୁମାର ବେହେରା,ବିଜୟାନନ୍ଦ ସ୍ଵାଇଁ,କମରୁଲ୍ ଅଲି ଖାନ୍,ପ୍ରଦ୍ୟୋତ କିଶୋର ମହାପାତ୍ର, ସମ୍ମତ୍ ମହମ୍ମଦ ଅଲି ଖାନ୍ ପ୍ରମୁଖ ଯୋଗଦେଇ ଟ୍ରଷ୍ଟ ର ଉତ୍ତରୋତ୍ତର କାମନା କରିଥିଲେ। ୟାସିନ୍ ଅଲି ଖାଁ, ଅସଗର ଅଲି ଖାଁ,ସୋହେଲ ଅବାସ୍ ଖାଁ, ସୋହେବ୍ ଅଖତର୍ ଖାଁ , ଆକବର ଅଲ୍ଲୀ ଖାଁ,ଅଲକାସ୍ ଅଲି ଖାଁ,ହାରୁନ୍ ଖାଁ,ମାବୁଦ୍ ଖାଁ,ଅହେସାନ୍ ଖାଁ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ମ୍ୟାନେଜିଂ ଟ୍ରଷ୍ଟି ଆୟୁବ ଅଲି ଖାଁ ଧନ୍ୟବାଦ ଅର୍ପଣ ଦେଇଥିଲେ।