*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନଗର ମଣ୍ଡଳ ପକ୍ଷ ରୁ ହର ଘର ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ, ଖଡ଼ିଆଳ ଏନ ଏ ସି ୧୩ ଗୋଟି ୱାର୍ଡ ପରିକ୍ରମା କରି ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ବଣ୍ଟନ, ତାର ମହତ୍ୱ ଉପରେ ଗୁରୁତ୍ୱ*।
ନୂଆପଡା (ମିଖାଏଲ ନନ୍ଦ)
ତା:୧୨.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନଗର ମଣ୍ଡଳ ପକ୍ଷ ରୁ ହର ଘର ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି ତ୍ରିରଙ୍ଗା ଯାତ୍ରା ରେ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଯୋଗ ଦେଇ ଦେଶ ପ୍ରତି ସମ୍ମାନ, ମାଁ ଭାରତୀଙ୍କ ପ୍ରତି ସ୍ଵଭିମାନ ଏବଂ ଜାତୀୟ ସଙ୍ଗୀତ, ଜାତୀୟ ପତାକା ପ୍ରତି ଦେଶ ପ୍ରେମ ଜାଗ୍ରତ କରିବାର ପ୍ରୟାସ କରିଥିଲେ। ବାଇକ୍ ରେଲି ଖଡ଼ିଆଳ ଏନ ଏ ସିର ୧୩ ଗୋଟି ୱାର୍ଡ ପରିକ୍ରମା କରି ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ବଣ୍ଟନ କରିଥିଲେ। ତ୍ରିରଙ୍ଗା ପତାକା ର ସମ୍ମାନ ସ୍ଵାଭିମାନ ଭାରତ ମାତାର ସୁଯୋଗ୍ୟ ଦୟାଦ ମାନେ ମହତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ନଗର ସଭାପତି ଜୟରାମ କୈବର୍ତ୍ତ, ବିଜେପି ଜିଲ୍ଲା ଯୁବ ସଭାପତି ଜ୍ଞାନ ପ୍ରକାଶ ମେଘ,ବରିଷ୍ଠ ନେତା ଅଭିନନ୍ଦନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ତୁଲସ ପଟେଲ, ମନୋଜ ପଟ୍ଟନାୟକ, ଦେବ ଦେବ ସିଂ ଦେଓ, ଶୁକ୍ରୁ ବାଗ, ସଦାନନ୍ଦ ଯୋଶୀ, ୱାର୍ଡ ସଭ୍ୟ ମାନେ ଯୋଗ ଦେଇଥିଲେ।
