
ସୋର (ଜ୍ୟୋତି ପ୍ରକାଶ ଦିକ୍ଷିତ): ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ସାଜନପୁର ପଞ୍ଚାୟତ ଶିରାପୁର ଗ୍ରାମ ରେ ଅସ୍ଥାୟୀ ମିଶନ ଶକ୍ତି ଗ୍ରୃହ କୁ ଧସେଇ ପଶିଲେ ମହିଳା। ସ୍ଥାୟୀ ମିଶନ ଶକ୍ତି ଗୃହ ଥାଇ ମଧ୍ୟ ଅସ୍ଥାୟୀ ଗୃହ ରେ ମିଶନ ଶକ୍ତି ବୈଠକ କୁ ମହିଳା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଘଟଣା ରୁ ପ୍ରକାଶ ଏହି ଅସ୍ଥାୟୀ ଗୃହ କୁ ସ୍ଥାୟୀ ଗୃହକୁ ନେବା ପାଇଁ ବିଭିନ୍ନ ସମୟରେ ମହିଳାମାନେ ତାଳା ପକାଇ ବନ୍ଦ କରି ରଖୁଥିଲେ। ଏ ବାବଦରେ ବିଭିନ୍ନ ସମୟରେ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ସ୍ଥାନୀୟ ସରପଞ୍ଚ , ସୋର ବିଡ଼ିଓ ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୈାଣସି ସମସ୍ୟା ର ସମାଧାନ ବାହାରି ପାରିନଥିଲା। ସ୍ଥାନୀୟ ସରପଞ୍ଚ ଚଞ୍ଚକତା କରି ମୋ ବଗିଚା ଓ ଲକ୍ଷପତି ଦିଦି ନାମ ଘୋଷଣା କରିଥିବାରୁ ସେ ନେଇ ମଧ୍ୟ ମହିଳା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ସକାଳେ ମହିଳା ମାନେ ଏକତ୍ରିତ ହୋଇ ଅସ୍ଥାୟୀ ମିଶନ ଶକ୍ତି ଗ୍ରୃହ ର ଚାବି ଭାଙ୍ଗି,ଘର ଭିତରେ ଥିବା ସମସ୍ତ କାଗଜପତ୍ର ସହ ବିଭିନ୍ନ ସରଞ୍ଜାମ କୁ ସ୍ଥାୟୀ ଗୃହକୁ ନେଇଥିଲେ।