ନିଶା କବଳରେ ଯୁବଗୋଷ୍ଠୀ,
ନିଶାସକ୍ତ ହୋଇ ମା କୁ ଦୁଷ୍କର୍ମ କରି ଜେଲ୍ ଗଲା ପୁଅ
ତା-୮/୪/୨୬
ଦଶରଥପୁର
ରିପୋର୍ଟର- ମାନସ କୁମାର ସାହୁ
ରାଜ୍ୟରେ ନିଶା କାରବାର ବୃଦ୍ଧି ଯୋଗୁଁ ଦିନକୁ ଦିନ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଉଛି. ଯାହା ଯାଜପୁର ଜିଲ୍ଲାର ଲଜ୍ଯାକର ଘଟଣା ଘଟିଯାଇଛି.ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତ ହୀରାପୁର ଗ୍ରାମ ର ଜୈନକ ବାପି ଦଳେଇ ( ୨୮) ସବୁଦିନ ନିଶା ସେବନ କରୁଥିବା ବେଳେ ନିଶାସକ୍ତ ଥାଇ ନିଜ ମା ସହ ରାତିରେ କରିଛି ଦୁଷ୍କର୍ମ। ମହିଳାଙ୍କ ପାଟି ଶୁଣି ପଡ଼ୋଶୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ. ଘଟଣାକୁ ନେଇ ମହିଳା ପୀଡିତ ଥାନା ରେ ଅଭିଯୋଗ କରିବା ପରେ ମଙ୍ଗଳପୁର ଥାନା ଏସ ଆଈ ଅନିତା ପ୍ରଧାନ ଯୁବକ ଜଣକୁ ଗିରଫ କରିଥିଲେ। ପୋଲିସ୍ କେସ୍ ନଂ ୮୭/୨୬ ରେ ଏକ ମାମଲା ରୁଜୁ କରାଯାଇଥିଲା. ବାପି କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ୟୁ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବାପିକୁ ଜେଲ୍ ହାଜତକୁ ପଠାଇଥିବା ସୂଚ଼ନା ମିଳିଛି. ଏ ଭଳି ଘୃଣ୍ୟ କାର୍ଯ୍ୟକାରୀ କାମୁକ ଯୁବକ ଜଣକ ବିରୁଦ୍ଧ ରେ ଦୁଢ କାର୍ଯ୍ୟାନୁଷ୍ଠାନ ଲାଗି ସାଧାରଣ ଦାବି ହୋଇଛି।
