ବରଗଡ଼ ସାଇବର କ୍ରାଇମ ରେ ବିରାଟ ସଫଳତା
ବରଗଡ଼ :୦୭.୦୬.(ନି, ପ୍ର) ବରଗଡ଼ ସାଇବର ଥାନା ପକ୍ଷରୁ ତୁରନ୍ତ ଅନୁସନ୍ଧାନ କରିବା ସହିତ ଏକ ବିରାଟ ସଫଳତା ହାସଲ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ ଜନୈକ ଯୁବକ ଫେସବୁକ ରେ ବରଗଡ଼ ର ଜଣେ ଯୁବତୀଙ୍କ ସହିତ ବନ୍ଧୁତା ସ୍ଥାପନ କରି ପ୍ରଥମେ ଗୋଟିଏ ଡ୍ରେସ ତାଙ୍କ ଠିକଣା ରେ ପଠାଇ ଅତି ଅଳ୍ପ ଟଙ୍କାରେ ସୁନାଗହଣା ପଠାଇବି କହି ଚଳାକିରେ ଉକ୍ତ ଯୁବତୀଙ୍କୁ ଫସାଇ ପ୍ରାୟ ୪୫ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଲା ପରେ ତୁମର ସୁନାଗହଣା ଏରୋପ୍ଲେନ ରେ ଆସୁଛି ଆଉ ପାଞ୍ଚ ହଜାର ଟଙ୍କା ପଠାଅ କହିବାରୁ ଯୁବତୀ ଙ୍କୁ ସନ୍ଦେହ ହୋଇଥିଲା ଓ ତାପରେ ଶ୍ମଶାନ ବନ୍ଧୁ ସମାଜସେବୀ ସଂଘମିତ୍ରା ପଟେଲ ଙ୍କୁ ସବୁ କଥା ଜଣାଇଥିଲେ । ଶ୍ରୀମତୀ ପଟେଲ ସବୁ ଶୁଣି ଅନୁଗୁଳ ରେ ଥିବା କ୍ରାଇମବ୍ରାଞ୍ଚ ଇନିସ୍ପେକର ପ୍ରଦୀପ ସାମଲ ଙ୍କୁ ଫୋନ୍ ରେ ଯୋଗାଯୋଗ କରିବାରୁ ଉକ୍ତ ଠକ ସହିତ କଥାବାର୍ତ୍ତା କରୁଥାଅ ବୋଲି ପରାମର୍ଶ ଦେଇଥିଲେ । ଶ୍ରୀମତୀ ପଟେଲ ବରଗଡ଼ ସାଇବର ଥାନା କୁ ଉକ୍ତ ଯୁବତୀଙ୍କୁ ନେଇ ଜଣାଇଥିଲେ । ବରଗଡ଼ ସାଇବର ଥାନା ଅଧିକାରୀ ସଞ୍ଜୟ ପରିଡ଼ା ଙ୍କ ସହିତ ଯୋଗାଯୋଗ କରିବାରୁ ସାଙ୍ଗେ ସାଙ୍ଗେ କ୍ରାଇମ କରିଥିବା ଉକ୍ତ ଠକ ର ଏକାଉଣ୍ଟ୍ ନଂ ୩୨୪୦୪୨୬୦୦୧୦୨୪୭ କୁ ବ୍ଲକ କରିଦେଇଥିବାରୁ ସେ ଠକ ଆଉ ସେ ଟଙ୍କା ବାହାର କରି ପାରିବ ନାହିଁ । ଏଥିରେ ଏସ୍. ଆଇ. ସଞ୍ଜେସ ବେହେରା ସହଯୋଗ କରିଥିଲେ। ବର୍ତମାନ ସେ ଠକକୁ ଏବେ ବରଗଡ଼ ପୋଲିସ ଧରିବା ପାଇଁ ତନାଘନା ତଦନ୍ତ ଚଳାଇଛି ।
