
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ର ଓଡ଼ିଶା ସରକାରୀ ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ମହାସଂଘ କଳା ବ୍ୟାଚ ପରିଧାନ କରି କାର୍ଯ୍ୟରତ ଅଛନ୍ତି।
କର୍ମଚାରୀ ସେମାନଙ୍କର ତିନୋଟି ଦାବି ରହିଛି ,ଦାବି ଗୁଡ଼ିକ ହେଲା ଆଉଟ୍ ସୋର୍ସିଙ୍ଗ ଛଟେଇ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ ,ଗତ ସରକାର ଶତକଡା ଭାଗ 25% ବଡ଼ାଇ ଥିଲେ , କେତେ ବିଭାଗ ପାଇଛନ୍ତି ଅନ୍ୟ କିଛି ବିଭାଗ ପାଇ ନାହାଁନ୍ତି ତାହା ଧାର୍ଯ୍ୟ କରାଯାଉ , ଆଉଟ୍ ସୋର୍ସିଙ୍ଗ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ। ଏହି ଭଳି ବିଭିନ୍ନ ଦାବି ରହିଥିଲା। ଆସନ୍ତା 21 ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ଧାରଣ କରି କାର୍ଯ୍ୟରତ ରହିବେ । ଯଦି ସେତିକି ଭିତରେ ସରକାର ମହାସଂଘ କୁ ଡାକି କିଛି ସମାଧାନ ନ କଲେ ଆସନ୍ତା ମାର୍ଚ୍ଚ 26 ତାରିଖ ଠାରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଆଉଟ୍ ସୋର୍ସିଙ୍ଗ ମହାସଙ୍ଗ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଭାପତି ମତନ କୁମାର ପାଣି, ସମ୍ପାଦକ ଉପେନ୍ଦ୍ର ମାଛ ଗଣମାଧ୍ୟମ ସୂଚନା ଦେଇଛନ୍ତି।