
ସୋର ଷ୍ଟେସନ ବାଲେଶ୍ଵର ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ହୋଇଥିବା ବେଳେ ଏହାର ବିକାଶ କଛପ ଗତିରେ ଚିଲିଛି। ସରକାର ଙ୍କ ପକ୍ଷରୁ ଅମ୍ରିତ ଭାରତ ଯୋଜନା ରେ ସୋର ଷ୍ଟେସନ ସ୍ଥାନ ପାଇଥିଲା। କିନ୍ତୁ ଏହାର ବିକାଶ କଚ୍ଛପ ଗତିକୁ ନେଇ ରେଳ ଯାତ୍ରୀ ମାନେ ଚିନ୍ତାରେ ଥିବା ବେଲେ ନାନା ସମସ୍ୟାର ଗତି କରୁଛି ସୋର ଷ୍ଟେସନ।
ବାଲେଶ୍ଵର ଓ ଭଦ୍ରକ ମଝିରେ ଥିବା ସୋର ଷ୍ଟେସନ ଉପରେ ପ୍ରାୟ ୬/୮ ଗୋଟି ବ୍ଳକ ଓ ଦୁଇଟି ପୈରାଞ୍ଚଳ ର ୫୦୦୦ ରୁ ଅଧିକ ଯାତ୍ରୀ ମାନେ ନିର୍ଭର କରିଥାନ୍ତି ଓ ବିଭିନ୍ନ ଅଞ୍ଚଳକୁ ଯିବାଆସିବା କରୁଥାନ୍ତି। ଏଥିପାଇଁ ଦିନକୁ ପି ଆର ଏସ୍ ଏବଂ ୟୁଟିଏସ୍ ମାଧ୍ୟମରେ ବାର୍ଷିକ ୧୦ଲକ୍ଷ ରୁ ଅଧିକ ଟଙ୍କା ଆଦାୟ ହୋଇଥାଏ। କିନ୍ତୁ ସୋର ଷ୍ଟେସନ ର ବିକାଶ କଚ୍ଛପ ଗତିକୁ ଲୋକମାନେ ସମାଲୋଚନା କରୁଛନ୍ତି।ସୋର ଷ୍ଟେସନ ରେ ଲିଫ୍ଟ, ପାଇଖାନା, ପରିସ୍ରା ଗାର ପ୍ରଥମ ଶ୍ରେଣୀ ଅପେକ୍ଷା ଲୟ, ପାଦଚଲା ସେତୁ ସଫେଇ, କୋଚ୍ ସୂଚକ, ଅନୁସନ୍ଧାନ କେନ୍ଦ୍ର ଇତ୍ୟାଦି ସମସ୍ୟା ଲାଗି ରହିଛି।ଏ ସମ୍ପର୍କରେ ବିଭିନ୍ନ ଅନୁଷ୍ଠାନ ରେଳ କତ୍ତୃପକ୍ଷ ଙ୍କୁ ନିକଟରେ ବାରମ୍ବାର ବିଭିନ୍ନ ଅନୁଷ୍ଠାନ ତରଫରୁ ଅଭିଯୋଗ କରୁଥିବାବେଳେ ମଧ୍ୟ ସୁଫଳ ମିଳିପାରି ନାହିଁ।୨୦୨୩ ମସିହାରେ ରେ ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅଧା କାମ ସରିନାହିଁ। ଯାହା ଫଳରେ ଲୋକମାନେ ଧାଆ ଧମ୍ଫଡ କରି ଲୋକ ମାନେ ବିଭିନ୍ନ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହେଉଛି।