
-
—————————————-
ବଡ଼ସାହି : (ପ୍ରତି ବର୍ଷ ଆଦର୍ସ ବିଦ୍ୟାଳୟ ର ଦ୍ୱାଦଶ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ମାନଙ୍କ ସହିତ ଘଟି ଯାଇଛି ଏକ ଅଭାବନୀୟ ଘଟଣା l ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ଆଦର୍ସ ବିଦ୍ୟାଳୟ ରେ ଦେଉଥିବା ୩୨ଜଣ ପରୀକ୍ଷାର୍ଥୀ ଇଂରାଜୀ ପ୍ରଶ୍ନପତ୍ର ପାଇବା ପରିଵର୍ତେ ଇଂରାଜୀ ଇଲେକ୍ଟିଭ ପ୍ରଶ୍ନପତ୍ର ପାଇଥିଲେ, ଏଥିପ୍ରତି ପରୀକ୍ଷାର୍ଥୀ କୋତୃପକ୍ଷଙ୍କୁ ଅବଗତି କରାଇଥିଲେ l ଉପସ୍ଥିତ କୋତୃପକ୍ଷ ପ୍ରଶ୍ନପତ୍ର ବଦଳାଇବା ପରିଵର୍ତେ ବଡ଼ସାହି ଓ.ଏ.ଭି କୁ ଦୋଷାରୋପ କରି ଚୁପ ରହିଥିଲେ l ଏହା ଦ୍ୱାରା ଯୋଉ ପରୀକ୍ଷାର୍ଥୀ ସ୍କୁଲ ପରୀକ୍ଷା ରେ ୯୫ ପ୍ରତିଶତ ମାର୍କ ରଖୁଥିଲେ ସେମାନେ କାନ୍ଦି କାନ୍ଦି ବାହାରକୁ ଆସିବାର ଦେଖିବାକୁ ମିଳିଥିଲା l ତେବେ ଦେଶର ଭବିଷ୍ୟତ କହୁଥିବା ଛାତ୍ର ଛାତ୍ରୀ ମାନଙ୍କ ସହିତ ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ l