
ସୋର ବ୍ଲକ ଅଙ୍କବ୍ରହ୍ମପୁର ଗ୍ରାମ ମେଳନ ପଡିଆ ରେ ଆଜି ଦୋଳ ଉତ୍ସବ ପାଳିତ ହୋଇଯାଇଛି। ଆଜି ସନ୍ଧ୍ୟା ରେ ଏକ ବିରାଟ କୀର୍ତ୍ତନ ଶୋଭାଯାତ୍ରା ରେ ବାହାରି ରାଧାଗୋବିନ୍ଦ ଜୀଉ ଙ୍କୁ ଅଙ୍କବ୍ରହ୍ମପୁର ମେଳନ ପଡିଆ ରେ ଗ୍ରାମବାସୀ ମାନେ ଏକତ୍ରିତ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୮ଟି ବିମାନ ଏକତ୍ରୀତ ହୋଇଥିଲା। ଉକ୍ତ ଉତ୍ସବରେ ରାଜେଶ ନାୟକ, ରାଜକିଶୋର ବାରିକ, ସୁଜିତ ବାରିକ୍, ସ୍ୱୟଂ ସିଦ୍ଧ ଦିକ୍ଷିତ ପ୍ରମୁଖ ସହଯୋଗ କରିଥିଲେ। ପ୍ରସାଦ ସେବନ ସହ ଭଜନ ସନ୍ଧ୍ୟା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀମାନେ , ସ୍ଥାନୀୟ ସରପଞ୍ଚ, ୱାର୍ଡ଼ ସଭ୍ୟ ତଥା ପୋଲିସ୍ ପ୍ରଶାସନ ପୁର୍ଣ୍ଣ ସହଯୋଗ କରିଥିଲେ।