ଡାକ୍ତର ଜଗନ୍ନାଥ ଦାସ ମେମୋରିଆଲ ଟ୍ରଷ୍ଟୀ ସମ୍ମୀଳିତ କର୍ମଜୀବୀ ସାମ୍ବାଦିକ ସଂଘ ଦ୍ଵାରା ପ୍ରବିତ୍ର ଅଶି ତମ ସ୍ବାଧିନତା ଦିବସ ପାଳିତ
ରିପୋର୍ଟ – ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ ଅଧିନ ମହାବିନାୟକ ନିକଟ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ପ୍ରଵିତ୍ର ଅଶି ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ କଂଗ୍ରେସ ଜିଲ୍ଲା ଉପସଭାପତି ଡଃ ସନ୍ତୋଷ କୁମାର ବଳ ସେ ତାଂକ ବକ୍ତବ୍ୟ ରେ କହିଲେ ମହାବିନାୟକ ର ଚଣ୍ଡୀ ମନ୍ଦିର ଏକ ପର୍ଯଟନ ସ୍ଥଳ ଏହା ଚତୃ ପାର୍ଶ୍ବରେ
ପାହାଡ଼ ବେଷ୍ଟିତ ପାଦ ଦେଶରେ ଦଣ୍ଡାୟ ମାନ ମାଁ ଚଣ୍ଡୀ ମନ୍ଦିର।ଏହି ମନ୍ଦିରର ପାଦ ଦେଶରେ ତିଆରି ହେବାକୁ ଯାଉଛି ବିରାଟ କାୟ ଆଟିଆଈ
କେନ୍ଦ୍ର ଏବଂ ସାମ୍ବାଦିକ ସଙ୍ଗ କାର୍ଯ୍ୟଳୟ ଯାହାଦ୍ଵାରା କି ସମସ୍ତ ସୁବିଧା ଯୋଗାଇଦିଆଯିବ। ଏଥିରେ ମୁଁ ପୁରା ମାତ୍ରାରେ ସହଯୋଗ କରିବି ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନୀତ ଅତିଥି ବିଶିଷ୍ଟ ସମାଜସେବୀ ତଥା ବଡ଼ଚଣା ପଞ୍ଚାୟତର ପ୍ରାକ୍ତନ ଅଧ୍ୟକ୍ଷ ନିରଞ୍ଜନ ସାହୁ, ଡ଼ାକ୍ତର ଜଗନ୍ନାଥ ଦାସ ମେମୋରିଆଲ ଟ୍ରଷ୍ଟ୍ରୀ ର ପ୍ରଫେସର ଡଃ ରୁଦ୍ର ପ୍ରତାପ ଦାସ, ସର୍ବୋଦୟ ମଣ୍ଡଳ ସମ୍ପାଦକ ତଥା ସମାଜ ଖବର କାଗଜ କାର୍ଯ୍ୟାଳୟର ସହ ସମ୍ପାଦକ ରମାକାନ୍ତ ନାଥ, ସମ୍ମୀଳିତ କର୍ମଜୀବୀ ସାମ୍ବାଦିକ ସଙ୍ଗ, ଓଡ଼ିଶା, ଯାଜପୁର ସଭାପତି ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟ୍ରୀ ର ଅଧ୍ୟକ୍ଷ ଜାତୀୟ ଖବର ସେବା ସାମ୍ବାଦିକ ରବିନ୍ଦ୍ରନାଥ ମହାପାତ୍ର, ଜିଲ୍ଲା ସାମ୍ବାଦିକ ସଂଘ ର ଉପସଭାପତି ବିଶିଷ୍ଟ ସ୍ତମ୍ବକାର ଦୂର୍ଗାପଶନ୍ନ ଦାସ, ମ୍ୟାନେଜିଙ୍ଗ ଟ୍ରଷ୍ଟ୍ରୀର ପ୍ରମୁଖ ଉପଦେଷ୍ଟା ଶରତ କୁମାର ପାଢୀ ଓ ଅନ୍ୟ ମାନଙ୍କ ମଧ୍ୟରେ ବିନାୟକ ନିୟୁଜ ଚ୍ୟାନେଲ ଏଡିଟର ଶିକାନ୍ତ ବିଶ୍ବାଳ, ସାମ୍ବାଦିକ ନିରୋଜ କୁମାର ସେଠୀ ,ଜ୍ଞାନେଶ ମହାନ୍ତି, ଶଶାଙ୍କ ଶତପଥୀ,ଅନାଦି ଚରଣ ଲେଙ୍କା,ଅମରେନ୍ଦ୍ର ଓଝା, ବିଶିଷ୍ଟ ଶିକ୍ଷାବିତ ମୋହନ ବେହେରା, ବିଶ୍ଵଜିତ ଯେନା ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲୋ।
