ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ।
ବେଲଗୁଣ୍ଠା-୧୫/୦୮ (ପ୍ରଫୁଲ୍ଲ କୁମାର ମହାରଣା) ଆଜି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ପରିସରରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି, ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ମହୋଦୟ ( ପ୍ରାକ୍ତନ ପ୍ରିନସିପାଲ, କେ. ସେ.ୟୁ. ବି କଲେଜ) ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରିଥିଲେ ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ବିଷୋୟୀ, ଉପଦେଷ୍ଟା ଶ୍ରୀ ରବୀନ୍ଦ୍ରନାଥ ରଥ, ସଭାପତି ଶ୍ରୀ ବିଜୟ କୁମାର ସ୍ଵାଇଁ, ଉପ ସଭାପତି ଶ୍ରୀ କାଳିଚରଣ ପାଢୀ, ସମ୍ପାଦକ ଶ୍ରୀ ପବିତ୍ର କୁମାର ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, କୋଷାଧ୍ୟକ୍ଷ ଶ୍ରୀ Ch ରବିନ୍ଦ୍ର ନାଥ ସୁବୁଦ୍ଧି ସଦସ୍ୟା ସୁଜାତା ସୁବୁଦ୍ଧି ଓ ରାଧାରାଣୀ ସେଠୀ ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ କଥା ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇବା ସହ ଦେଶ ପ୍ରେମ ବିଷୟରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ଆଜିର ପତାକା ଉତ୍ତୋଳନ କରିଥିଲେ ଓ ଶିଶୁ ମାନଙ୍କ ଦ୍ଵାରା ପ୍ୟାରେଡ ଭାଗ ନେଇଥିଲେ l ଏଥିରେ ବିଦ୍ୟାଳୟର ଲକ୍ଷ୍ମଣ ଗୁରୁଜୀ ଘୋଷ, ପ୍ରଫୁଲ୍ଲ ଗୁରୁଜୀ ପ୍ୟାରେଡ ପରିଚାଳନା କରିଥିଲେ।କୈଳାଶ ଗୁରୁଜୀ, କେଦାର ଗୁରୁଜୀ,ଗୀତା ଗୁରୁମା, ଜୟନ୍ତୀ ଗୁରୁମା ସଂଚାଳନ ଦାୟିତ୍ୱ ନେଇଥିଲେ।ମାଧୁରୀ ଗୁରୁମା ସଂସ୍କୃତିକ କାର୍ଯ୍ୟ ପରିଚାଳନା କରିଥିବା ବେଳେ ରାଜୀବ ଗୁରୁଜୀ ସଂଯୋଜନା କରିଥିଲେ । ଉପଦେଷ୍ଟା ଶ୍ରୀ ରବୀନ୍ଦ୍ର ନାଥ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ।କାର୍ଯ୍ୟାଳୟ ର ପ୍ରଶାନ୍ତ, ସତ୍ୟ, ଦୀପ୍ତି, ସହ ସମସ୍ତ ଗୁରୁଜୀ, ଗୁରୁମା, ମାଉସୀ ଓ ବାହାନ ଡ୍ରାଇଭର ଭାଇ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଆଜି ସ୍ଥାନୀୟ N A C ଦ୍ଵାରା ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ବେଲଗୁଣ୍ଠା ସହରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ ସ୍ଥାନ କରି ଟ୍ରଫି ମଧ୍ୟ ହାସଲ କରିଥିଲେ। ବିଦ୍ୟାଳୟ ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପୁରସ୍କାର ପାଇଥିବାରୁ ଶିଶୁ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବା କୁ ମିଳିଥିଲା।
