
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଅଳାଁକଟା ଗ୍ରାମରେ ଦୋଳ ଯାତ୍ରା ଉତ୍ସବ ପାଳିତ ହୋଇଯାଇଛି ,ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ, ଏହା ଦଶ ଦୋଳ ପର୍ଯନ୍ତ ଗ୍ରାମ ମାନଙ୍କରେ ପାଳନ କରାଯିବ,ଶାସ୍ତ୍ରରେ ଏହାକୁ ମଦନ ଉତ୍ସବ ବା ରାଧାକୃଷ୍ଣ ପର୍ବ ପାଳନ କୁହାଯାଏ | ଦୋଳ ଯାତ୍ରା ଗାଁ ଠାରୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖ ହୋଇଥାଏ, ଗ୍ରାମରେ ପୂର୍ବ ପୁରୁଷରୁ ରାଧାକୃଷ୍ଣ ଚିର ଚରିତ୍ର ସମାଜ ମଙ୍ଗଳ କାମନା କରିଥାନ୍ତି ଦୋଳି ଭାଡିରୁ ବିମାନ ବାହାରି ଗ୍ରାମ ପରିକ୍ରମା କରିଥାନ୍ତି | ରାଧାକୃଷ୍ଣଙ୍କୁ ଅର୍ଘ୍ୟ ଅର୍ପଣ କରି – କ୍ଷୀର ,ଛେନା, ଗଜା,ମିଠା, ଗୋଡ଼,ଚଣା, ନଡ଼ିଆ, କଦଳୀ,ଘିଅରେ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ଲଉଡି ବାଡ଼ି ସାଙ୍ଗକୁ ବାଜା ବାଣ ଲାଇଟ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥଲା | ଏବଂ ଆଜି ବରାହ ଦୋଳ ଅଳାଁକଟା ଗ୍ରାମ ବାସୀ ଦୋଳ ଯାତ୍ରାରେ ଉତ୍ସାହ ସହିତ ରଙ୍ଗରେ ହୋଲି ଖେଳୁଥିବାର ଦେଖିବାକୁ ମିଳିଛି
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର