
ପୋଲସରା….ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ର କର୍ମଚାରୀ ସମୂହ ବିଭିନ୍ନ ଦାବୀ ନେଇ ଛୁଟିରେ ରହି ଷ୍ଟ୍ରାଇକ ରେ ଥିବା ହେତୁ ପୋଲସରା ରେ ବିଭିନ୍ନ ସମସ୍ୟା ଦେଖାଦେଇଛି |ମ୍ୟାଲେରିଆ ସୁପରଭାଇଜର ନିଗମ ମୁନି, ବିପିଏମ ସୁନୀଲ କୁମାର ସାବତ, ଵି ଏ ଏମ ମନୋରଞ୍ଜନ ମହାପାତ୍ର,ବି ଡି ଏମ ବସନ୍ତ ଜେନା, ଟି ଵି ସୁପରଭାଇଜର ମନୋଜ ବିଷୋୟୀ ପ୍ରମୁଖ ଗତ ୧୦ତାରିଖ ଠାରୁ ସମୂହ ଛୁଟିରେ ଯିବା ହେତୁ ବିଭିନ୍ନ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି |ବିଶେଷ କରି ଆଶା ମାନଙ୍କର ପ୍ରୋତ୍ସାହନ ରାଶିର ପ୍ରଦାନ ସାଙ୍ଗକୁ ବିଭିନ୍ନ କାଗଜ ପତ୍ର ପ୍ରଦାନ ରେ ବାଧାପ୍ରାପ୍ତ, ମମତା ଯୋଜନାରେ ଆସୁଥିବା ପ୍ରୋତ୍ସାହନ ରାଶି ପ୍ରଦାନ ରେ ବିଳମ୍ବ, ବହୁ ଦୂରଦୂରାନ୍ତ ଆଦିବାସୀ ବହୁଳ ଗ୍ରାମ ଖୁରା, ଉସ୍ତା, ତୋସିଙ୍ଗି, ପିପଳମଳାଇ, ପାଣ୍ଡିରୀପଡା ଆଦି ଗ୍ରାମ ସମେତ ବହୁ ଗ୍ରାମର ମହିଳା ଓ ପୁରୁଷ ମାନେ ଆସି ନିରାଶ ହୋଇ ଫେରୁଛନ୍ତି |ଏତଦ ବ୍ୟତୀତ ଟି ଵି ଆକ୍ରାନ୍ତ ହିତାଧିକାରୀ ମାନେ ସେମାନଙ୍କ ର ଔଷଧ ନେବାରେ ବହୁ ସମସ୍ୟା ଦେଖାଦେଉଛି | ବହୁ ରୋଗୀ ମଧ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି |ପ୍ରମୁଖ ସମସ୍ୟାକୁ ହୃଦୟଙ୍ଗମ କରି ସରକାର ହେଉ କିମ୍ବା ଜିଲ୍ଲା ପ୍ରଶାସନ ଏଥିଲାଗି ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦା