
ବ୍ରହ୍ମପୁର -ସ୍ଥାନୀୟ ଅରବିନ୍ଦନଗରସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ପ୍ରାଦେଶିକ ମେଧା ପରୀକ୍ଷା ୨୦୨୪-୨୫ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାନ ର ପରୀକ୍ଷା ପରିଚାଳିକାଙ୍କ କରକମଳରେ ଦୀପ ପ୍ରଜ୍ଜଳନ କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। ସଂସ୍ଥାନ ସହବନ୍ଧିତ ବିଭିନ୍ନ ଜିଲ୍ଳାର ୫୦ଟି ବିଦ୍ୟାଳୟ ରୁ ୩୫୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଗଣିତ, ଇଁରାଜୀ, ସାହିତ୍ୟ, ବିଜ୍ଞାନ, ଭୂଗୋଳ, ଇତିହାସ, ମାନସିକ ଦକ୍ଷତା ଏବଂ ସାଧାରଣଜ୍ଞାନ ପ୍ରମୁଖ ବିଷୟରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସଂସ୍ଥାନ ର ପୃଷ୍ଟପୋଷକ ଶ୍ରୀ ମହନ୍ତକମଳାକାନ୍ତ ଦାସ ମହାରାଜ ଶିଶୁ ମାନଙ୍କୁ ସେମାନଙ୍କର ଏକାଗ୍ରତା ହିଁ ସେମାନଂକୁ ସଫଳ କରିବାରେ ସାହାଯ୍ୟ କରିବ ବୋଲି ଶିଶୁ ମାନଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ। ଏହିକାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମ୍ପାଦକ କୁମୁଦ ରଞ୍ଜନ ପଣ୍ଡା, ପ୍ରଧାନଚାର୍ଯ୍ୟ ରାଜେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ପ୍ରମୁଖ ଅମୀୟ ରଥ ଓ ଗୋବିନ୍ଦ ବେହେରା, ରମେଶ ବେହେରା, ପ୍ରମୋଦ ବିଶୋଇ, ସତ୍ୟନାରାୟଣ ଦାସ, ବୃନ୍ଦାବନ ସାହୁ, ନୀଳାଞ୍ଚଳ ଦାସ, କୈଳାଶ ଚନ୍ଦ୍ର ପଣ୍ଡା, ସୁକାନ୍ତି ମହାନ୍ତି, ସୁମିତ୍ରା ତ୍ରିପାଠୀ ଏବଂ ଶ୍ରୀକାନ୍ତ ସାହୁ ପ୍ରମୁଖ ପରୀକ୍ଷା ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। ଉକ୍ତ ପରୀକ୍ଷା ର କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ସ୍ବନକ୍ଷତ୍ର ଦିବସରେ ବିଶିଷ୍ଟ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ ବୋଲି ଶିକ୍ଷା ବିକାଶ ସଂସ୍ଥାନ ର କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଶୋଇ ତାଙ୍କ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ।