ସୋର ବ୍ଲକ ର ଛତ୍ରପୁର ମୈଜା ରେ ଥିବା ଏକ ଜମି କୁ ସ୍ଥାନୀୟ ବାସିନ୍ଦା ତଥା ସ୍ଥାନୀୟ ପ୍ରଶାସନ ଅଜାଣତ ରେ ସୋର ତହସିଲ୍ ଦାର ରେ ୱାକଫ୍ ବୋର୍ଡ଼ କୁ ପ୍ରଦାନ କରିଥିବା ନେଇ ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି। ସୋର ମୁନିସିପାଲିଟି ଛତ୍ରପୁର ମୈଜା ୟୁନିଟ୍-୧୩ ରେ ଅବସ୍ଥିତ ଅନାବାଦୀ କିଶନ ଜମି ଯାହାର ଖାତା ନମ୍ବର ୫୪୮ ଅଟେ । ଏହି ଜମି ଟି ୪ ଏକର ୧୩ ଡିସିମିଲ୍ ଅଟେ । ଜମିକୁ ୱାକଫ୍ ବୋର୍ଡ଼ କୁ ଦେବାର କୌଣସି ଯୁକ୍ତି ଯୁକ୍ତ କାରଣ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଉକ୍ତ ମୈଜା ରେ ମୁସଲମାନ ସଂପ୍ରଦାୟର ଅଙ୍ଗନବାଡି, ସ୍କୁଲ ଓ କ୍ଲବ ମଧ୍ୟ ଅଛି। ସୋର ବ୍ଲକ ରେ ଉନ୍ନତ ମାନର ଖେଳ ପଡିଆ କି ମିନି ଷ୍ଟାଡିୟମ ନାହିଁ, ଉକ୍ତ ଅନାବାଦୀ ଜମିରେ ମିନି ଷ୍ଟାଡିୟମ ବା ଖେଳ ପଡିଆ କଲେ ସ୍ଥାନୀୟ ଲୋକ ଉପକୃତ ହେବେ ବୋଲି ଅଭିଯୋଗ କାରି ମାନେ ଅଭିଯୋଗ କରିଛନ୍ତି।ସୋର ତହସିଲଦାର ମୁସଲମାନ ସଂପ୍ରଦାୟର ହୋଇଥିବା ବେଳେ ସେ ତରବରିଆ ଭାବେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଲୋକକଥା ହେଉଛନ୍ତି। ଗତ କିଛିଦିନ ତଳେ ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏବେ ଏପରି ନିଷ୍ପତ୍ତି କୁ ତହସିଲଦାର ଙ୍କ ପାରିବା ପଣିଆ ଓ ଜନ ସେବା କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେ ଜମି ୱାକଫ୍ ବୋର୍ଡ଼ ନଥିଲା ଅଭିଯୋଗ କାରି ମାନେ ଅଭିଯୋଗ କରିଛନ୍ତି। ସୋ ତହସିଲଦାର ସୋର ଅଞ୍ଚଳରେ ହିନ୍ଦୁ ଓ ମୁସଲମାନ ଙ୍କ ମଧ୍ୟରେ ତିକ୍ତତା ତଥା ସୋର ନିର୍ବାଚନ ମଣ୍ଡଳି ରେ ସର୍ବନାଶ ପାଇଁ ତହସିଲଦାର ମନେ ମନେ ଉଦ୍ୟମ କରୁଥିବା ନେଇ ମଧ୍ୟ ଲୋକ ମାନେ ଅଭିଯୋଗ କରି ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ଯଥାଶୀଘ୍ର ତଦନ୍ତ କରି ଉଚିତ ନ୍ୟାୟ ପ୍ରଦାନ ନିମନ୍ତେ ଦାବି ହୋଇଛି ଏବଂ ଦୋଷୀ କୁ କଠୋର ରୁ କଠୋର ଦଣ୍ଡ ଦେବା ପାଇଁ ସେମାନେ ଅଭିଯୋଗ କରିଛନ୍ତି। ଯଦି ଏପରି ନ ହୁଏ ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦା ରାଜରାସ୍ତା ଓ ତହସିଲ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।
