ବିପଦ ସଙ୍କୁଳ ଅବସ୍ଥାରେ ଶୁଖିଲା ଲିମ୍ବ ଗଛ
ତାରିଖ: ୨୮/୧୧/୨୦୨୬
ତାଳଚେର: (କୃତ୍ତିବାସ ନାୟକ ନିପ୍ର)
ଭଞ୍ଜ ଦୂତ ଖବର
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ବ୍ରଜନାଥ ପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ରଘନାଥପୁର ଗ୍ରାମ ନିକଟରେ ଥିବା ବିରରାମ ଚନ୍ଦ୍ରପୁର ଗାଁ ପାଖ ରାସ୍ତା କଡ଼ରେ ଥିବା ଏକ ଶୁଖିଲା ଲିମ୍ବଗଛ ଏ ବେ ବିପଦ ପୁର୍ଣ୍ଣ ଅବସ୍ଥାରେ ରହିଥିବା ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି ।ସ୍ଥାନୀୟ ଅଞ୍ଚଳ ବାସୀଙ୍କ କହିବା ଅନୁଯାୟୀ ଗଛଟିର ଅନେକ ଶାଖା ଓ ପ୍ରଶାଖା ସୁଖୀ ଯାଇଥିବା ବେଳେ ଏହାର କିଛି ଅଂଶ ଦୁର୍ବଳ ଅବସ୍ଥାରେ ରହିଛି।ଗଛଟି ଯୋଉଁ ସ୍ଥାନରେ ରହିଛି ସେହି ଅଞ୍ଚଳ ଦେଇ ପ୍ରତିଦିନ ବହୁ ସଂଖ୍ୟକ ଲୋକଙ୍କ ଯାତାୟାତ ହୋଇଥାଏ । ନିକଟରେ ଥିବା କେ,ସି,ସି, ଏଲ୍ କମ୍ପାନୀକୁ ଲୋକେ ଯାତାୟାତ ମଧ୍ୟ ଲାଗିରହିଥାଏ ।ଏଭଳି ସ୍ଥିତିରେ ଶୁଖି ଯାଇଥିବାଗଛଟି ହଠାତ ଭାଙ୍ଗି ପଡ଼ିଲେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବିଶେଷ କରି ବର୍ଷାପବନ କିମ୍ୱା ଝଡ ତୋଫାନ ସମୟରେ ଏହି ବିପଦ ଆହୁରି ବଢ଼ି ପାରେ ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ରଘନାଥପୁର ଗ୍ରାମ କମିଟି ପକ୍ଷରୁ ଘଟଣା ସ୍ଥଳ ପରିଦର୍ଶନ କରି ଗଛଟିର ସ୍ଥିତି ଯାଞ୍ଚ କରାଯିବା ସହ ଶୁଖି ଯାଇଥିବା ଓ ବିପଦ ସଙ୍କୁଳ ଲିମ୍ୱଗଛଟିକୁ ଆବଶ୍ୟକତା ଅନଯାୟୀ କାଟି ସୁରକ୍ଷିତ କରିବାକୁ ସାଧାରଣରେ ଦାବି ହେଉଛି । ଜନ ସୁରକ୍ଷାକୁ ଦୃଷ୍ଟିରେ ରଖି ରଘନାଥପୁର ଗ୍ରାମବାସୀ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମର ଦୁଇ ୱାଡ ମେମ୍ବର ତଥା ସମାଜ ସେବକଙ୍କୁ ଅନୁରୋଧ କରାଯାଇଛି । ଲୋକଙ୍କ ସୁରକ୍ଷା ସହ ଜଡ଼ିତ ଏଭଳି ସମସ୍ୟାକୁ ଅଘଟଣ ଘଟିବା ପରେ ନୁହେଁ। ବରଂ ଅଘଟଣ ପୂର୍ବରୁ ଚିହ୍ନଟ କରି ସମାଧାନ କରାଯିବା ହିଁ ଗ୍ରାମ ବାସୀଙ୍କ ଦାୟିତ୍ୱ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି ।
