ସାମ୍ବାଦିକ ତଥା ଯୁବ ସଂଗଠକ ଶ୍ରୀ ଦେବଦତ୍ତ ବେହେରାଙ୍କୁ ସମ୍ମାନଜନକ ” ଦେବଗିରି ପ୍ରତିଭା ସମ୍ମାନ “2026 ରେ ସମ୍ମାନୀତ କରାଯାଇଛି ।
(ଡା:ରମେଶ କୁମାର.ନି:ପ୍ର)
ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ,ନର୍ଲା ଆନୁକୂଲ୍ୟ ରେ ଆୟୋଜିତ 34ତମ “ରାଜ୍ଯସ୍ତରୀୟ କୁମାରସ୍ଵାମୀ ମହୋତ୍ସବ “ରେ ବିଶିଷ୍ଟ ସମାଜସେବୀ,ପରିବେଶବିତ, ସାମ୍ବାଦିକ ତଥା ଯୁବ ସଂଗଠକ ଶ୍ରୀ ଦେବଦତ୍ତ ବେହେରାଙ୍କୁ ସମ୍ମାନଜନକ ” ଦେବଗିରି ପ୍ରତିଭା ସମ୍ମାନ “2026 ରେ ସମ୍ମାନୀତ କରାଯାଇଛି ।ଆୟୋଜିତ ସାଂସ୍କୃତିକ ସଂଧ୍ୟାରେ ମୂଖ୍ଯ ଅତିଥିଭାବରେ ” ଜିଲ୍ଲା ପରିଷଦ ଅଧ୍ୟକ୍ଷ ” ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଭାଜପା ସଭାପତି ଶ୍ରୀଯୁକ୍ତ ଯୁଗଳ ପୋଢ,ନିମନ୍ତ୍ରିତ ଅତିଥି ଭାବରେ ବର୍ଷୀୟାନ ଗବେଷକ, ସାହିତ୍ୟିକ ତଥା ଐତିହାସିକ ଶ୍ରୀଯୁକ୍ତ ଜୟନ୍ତ ବେହେରା ଓ ଅନ୍ଯତମ ସମ୍ମାନୀତ ଅତିଥି ଭାବରେ କେସିଙ୍ଗା ନଗରପାଳ ଶ୍ରୀଯୁକ୍ତ ନୃପରାଜ ଯାଦବ ପ୍ରଭୃତି ଯୋଗଦେଇ ବରପୁତ୍ର ମାନଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ପରିଶେଷରେ ଅନୁଷ୍ଠାନ ର ସଭାପତି ଶ୍ରୀ ସଂଜୟ ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
