ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ବ୍ରଜନାଥପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ରଘନାଥପୁର ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ପାଇଁ ଶାନ୍ତି ନଗର ତେଲି ସାହି ଉତ୍ସବ ମୁଖର
ପବିତ୍ର କାର୍ତ୍ତିକ ମାସର ପରମ୍ପରା ଓ ଧାର୍ମିକ ଆସ୍ଥା କୁ ଆଧାର କରି ରଘନାଥପୁର ଶାନ୍ତି ନଗର ତେଲି ସାହିରେ କାର୍ତ୍ତିକେଶ୍ୱର ପୂଜା ମହାଆଡମ୍ୱର ରେ ପାଳିତ ହେଉଛି । ଶାନ୍ତି ନଗର ସାହିର ପୂଜାକୁ ନେଇ ଭକ୍ତି ମୟ ପରିବେଶ ସୃଷ୍ଟି ହେବା ସହ ସମଗ୍ର ଗ୍ରାମ ଉତ୍ସବ ମୁଖର ହୋଇଉଠିଛି। ପୂଜା ମଣ୍ଡପରେ ସ୍ଥାପିତ ଆକର୍ଷଣୀୟ ପୌରାଣିକ ମୂର୍ତ୍ତି ଓ ସୁନ୍ଦର ସାଜସଜା ଶ୍ରଦ୍ଧାଳୁଙ୍କ ମନକୁ ଆକର୍ଷିତ କରିଛି। ରଙ୍ଗୀନ ଆଲୋକ ମାଳାରେ ଝଲସୁଥିବା ସାହିର ପୂଜା ମଣ୍ଡପ ପରିବେଶକୁ ଆଧ୍ୟାତ୍ମିକ କରି ତୋଳିଛି।
ପୂଜା ଦର୍ଶନ ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟା ରେ ଭକ୍ତ ଓ ଦର୍ଶକଙ୍କ ଆଗମନ ହେଉଥିବାରୁ ମଣ୍ଡପରେ ଭିଡ ଜମୁଛି।
ପୂଜା ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟ କ୍ରମ ସହିତ ବାଦିଦଣ୍ଡ ଆୟୋଜିତ କରାଯାଇଥିଲା । ପୂଜା କମିଟିର କର୍ମକର୍ତ୍ତା ମାନେ ହେଲେ ପହଲି ସାହୁ,ଗଙ୍ଗାଧର ସାହୁ,ରଙ୍ଗିଆ ଭାଇ,ଖଗେଶ୍ବର ସାହୁ,ଜଗବନ୍ଧୁ ସାହୁ, ଛବିଳ ସାହୁ, ଅରୁଣ ସାହୁ, ବରୁଣ ସାହୁ, ଏକାଦୁଶିଆ ସାହୁ,କ୍ଷିରୋଦ ସାହୁ, ଅଖିଳ ସାହୁ,(ବଗା) ବୟୋଜ୍ୟେଷ୍ଠ ବ୍ୟକ୍ତି ଶ୍ରୀଯୁକ୍ତ ମନ୍ଦର ସାହୁ ଙ୍କ ତତ୍ତ୍ଵାବଧାନରେ ପୂଜାକୁ ସୁଚାରୁ ରୁପେ ପରିଚାଳନ କରିଥିଲେ ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
