ନୂଆପଡ଼ା ଉପ ନିର୍ବାଚନ ! କ’ଣ ରହିବ ଫଳାଫଳ ! ତିନି ପ୍ରମୁଖ ଦଳର କର୍ମୀଙ୍କ ଠାରୁ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ ରହିବା ସ୍ୱଭାବିକ ହୋଇଥିବା ବେଳେ, ଫଳାଫଳ ଘୋଷଣାକୁ ଅପେକ୍ଷା ! କଂଗ୍ରେସରୁ ଘାସିରାମ ମାଝୀ ଜିତିଲେ ଉଭୟ ବିଜେପି ଆଉ ବିଜେଡ଼ି ପାଇଁ ବଡ଼ ଶକ୍ତ ଧକ୍କା ହେବା କହିଲେ ଅତ୍ୟୁକ୍ତି ହେବନାହିଁ।ଉଭୟ ବିଜେପି ଆଉ ବିଜେଡ଼ି ଜବରଦସ୍ତ ଲଢେ଼ଇ ଭିତରେ ଏଭଳି ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ। ଅନ୍ୟପଟେ ସରକାରରେ ଥିବା ବିଜେପିରୁ ଜୟ ଢୋଲକିଆ ଜିତିଲେ, ଉଭୟ ବିଜେଡ଼ି ଆଉ କଂଗ୍ରେସ ନିଜର ଆଗାମୀ ସ୍ଥିତି ପାଇଁ ଚିନ୍ତିତ ହେବା ନିଃସନ୍ଦେହ ! ଠିକ ସେହିପରି ବିଜେଡ଼ିର ସ୍ନେହାଙ୍ଗିନୀ ଛୁରିଆ ଯଦି ଜିତିଲେ, ତେବେ କଂଗ୍ରେସ ନୁହେଁ ବରଂ ବିଜେପି ପାଇଁ ଏକ ବଡ଼ ଧକ୍କା ଏକଥାକୁ ଏଡ଼ାଇ ଦିଆଯାଇନପାରେ। ତେବେ ବିଜେଡ଼ି ବିଜେପି ପରସ୍ପର ଭିତରେ ଆରୋପ ପ୍ରତ୍ୟାରୋପ ଜାରି ରଖିଥିବା ଲକ୍ଷ୍ୟ କରାଯାଉଥିବା ବେଳେ, ବିଜେଡ଼ି ର କୋତୋଟି ଆପତ୍ତି ଅଭିଯୋଗ କୁ ନେଇ ନିର୍ବାଚନ କମିଶନର ବି ସ୍ପଷ୍ଟୀକରଣ ରଖୁଥିବା ଲକ୍ଷ୍ୟ କରାଯାଉଛି। ତେବେ ବିହାର ନିର୍ବାଚନ ହେଉ ଅବା ନୂଆପଡ଼ା ଉପ ନିର୍ବାଚନ,ବିଭିନ୍ନ ଗଣମାଧ୍ୟମ ବୁଥ ଫେରନ୍ତା ଆକଳନକୁ ନେଇ ଭିନ୍ନ ଭିନ୍ନ ମତ ରଖିଥିବା ବେଳେ, କିଏ କରିବ ବାଜିମାତ ଆଗାମୀ ଶୁକ୍ରବାର ଦିନ ସ୍ପଷ୍ଟ ହେବା ନିଃସନ୍ଦେହ !
