*ଓଡ଼ିଶା ରାଜ୍ୟ ବିଜେପି କାର୍ଯ୍ୟାଳୟ ରେ ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସ୍ବାଗତ ଏବଂ ସମ୍ବର୍ଦ୍ଧନା ସଭା*
ନୂଆପଡା (ମିଖାଏଲ ନନ୍ଦ)
ଓଡ଼ିଶା ରାଜ୍ୟ ବିଜେପି କାର୍ଯ୍ୟାଳୟ ରେ ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ସ୍ବାଗତ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଅଛି। ନୂଆପଡ଼ା ଉପ ନିର୍ବାଚନ ରେ ବିଜୟୀ ବିଧାୟକ ଜୟ ଢୋଲକିଆ ଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ରେ ବିପୁଳ ସମ୍ବର୍ଦ୍ଧନା ସହ ସ୍ବାଗତ କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୟୀ ନେଇ ସମ୍ମାନ ରକ୍ଷା ସାଙ୍ଗକୁ ନୂଆପଡ଼ା ଡବଲ ଇଞ୍ଜିନ ସହ ଟ୍ରିପଲ ଇଞ୍ଜିନ ଯୋଡ଼ି ହୋଇଅଛି। ବିକାଶ ପଥରେ ନୂଆପଡ଼ା, ବିକଶିତ ହେବ ନୂଆପଡ଼ା, ଶ୍ରେଷ୍ଠ ଜିଲ୍ଲା ହେବ ନୂଆପଡ଼ା। ନୂଆପଡ଼ା ରେ ରେଳପଥ ବିକାଶ, ଆକାଶ ପଥ ଏବଂ ସ୍ଥଳ ପଥର ବିକାଶ ର ବିପୁଳ ପରିକଳ୍ପନା ରହିଅଛି। ବର୍ତ୍ତମାନ ସମଗ୍ର ଜିଲ୍ଲା ର ଦାୟିତ୍ବ ମୁଖ୍ୟମନ୍ତ୍ରୀଙ୍କ ହାତ ରେ। ମୋହନ ଦାଦା ଙ୍କ ମହନି ର ପ୍ରଭାବ ଏକମାତ୍ର ଲକ୍ଷ ବିକାଶ ହେବ। ସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ସଭାପତି ମନ ମୋହନ ସାମଲ, ବିଜୟୀ ବିଧାୟକ ଜୟ ଢୋଲକିଆ, ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କ ପତ୍ନୀ କଳ୍ପନା ଢୋଲକିଆ, ଜିଲ୍ଲା ସଭାପତି କମଳେଶ ଦୀକ୍ଷିତ, ବହୁ ନେତା, ମଣ୍ଡଲ ସଭାପତି, ଦକ୍ଷ କର୍ମୀ, ବହୁ ନାରୀ ନେତ୍ରୀ, ସାମିଲ ହୋଇଥିଲେ।
