ପୁଟସିଲଠାରେ ଇକୋ ରିଟ୍ରେଟ ଉଦଘାଟିତ,,,,,
କକୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତ ସ୍ଥିତ ପୁଟସିଲ ଠାରେ ଇକୋ ରିଟ୍ରେଟ ୨୦୨୫ର ଆଭାସୀ ମାଧ୍ୟମରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପୁଟସିଲ ଠାରେ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ସେମିଳିଗୁଡା ଗୋଷ୍ଠୀ ଉନୟନ ଅଧିକାରୀ ଜସ୍ମିନ କୁମାର ପ୍ରଧାନ, ତହସିଲଦାର ଦେବବ୍ରତ କରାଟି, ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ,ଦୁଧାରୀ ସମିତି ସଭ୍ୟ ସୁଷମା ପାଙ୍ଗି, ସରପଞ୍ଚ ମାଧବ ନନ୍ଦିବାଲୀ, ଜିଲ୍ଲା ପରିଷଦ ସଭ୍ୟ ମୋହନ ଜାନି ଉପସ୍ଥିତ ଥିଲେ l ଏହି ଇକୋ ରିଟ୍ରେଟ ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଫେବୃୟାରୀ ମାସ ପର୍ଯ୍ୟନ୍ତ ଖୋଲା ରହିବ।ସମୁଦାୟ ୨୫ଟି ସୁଟ ରହିଛି।ପଞ୍ଚତାରକା ହୋଟେଲର ସୁବିଧା ଏଠି ପର୍ଯ୍ୟଟକ ମାନେ ପାଇପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୟଦ ସବୀର ସାହା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
